Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Athagarh Road Accident: ହାଇୱା ଧକ୍କାରେ +୨ ଛାତ୍ରୀ ମୃତ, ଜଣେ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକ

କଟକ: କଟକ ଆଠଗଡ଼ ଚାନ୍ଦବାଲି ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଲେଜ ସାରି ଘରକୁ ଫେରୁଥିବା ବେଳେ +୨ ଛାତ୍ରୀଙ୍କୁ ପଛପଟୁ ଏକ ହାଇୱା ଧକ୍କା ଦେଇଥିବା ଜଣାପଡ଼ିଛି। ଏଥିରେ ଜଣେ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତ ଛାତ୍ରୀ ଆଠଗଡ଼ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ତାଙ୍କ ଘର ଢେଙ୍କାନାଳ ଦେଓପଡ଼ା ଗାଁରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଚାନ୍ଦବାଲି ଛକରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କ୍ଷତିପୂରଣ ଦାବି ସହ ଚାନ୍ଦବାଲି ଛକରେ ଟ୍ରାଫିକ ପୁଲିସ ନିୟୋଜନ କରିବାକୁ ଦାବି କରି ସ୍ଥାନୀୟ ଲୋକ, କଲେଜ ଛାତ୍ରଛାତ୍ରୀ ଓ ଆଠଗଡ଼ ବିଧାୟକ ରାସ୍ତାରୋକ କରିଛନ୍ତି। ଫଳରେ ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଦୁର୍ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories