Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା; ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ

ବାଲେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରାଳ ଦୃଶ୍ୟ ଯିଏ ଦେଖିଛି ସିଏ ଜାଣିଛି ତାହା କେତେ ଭୟଙ୍କର ଥିଲା। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖିବାକୁ ମିଳିଛି। ସ୍କୁଲରେ ପାଠ ପଢିବାକୁ ପିଲା ଅମଙ୍ଗ ହେଉଛନ୍ତି। ଅଭିଭାବକ ବି ପିଲାଙ୍କୁ ସ୍କୁଲ ଛାଡିବାକୁ ଚାହୁଁନଥିବା ଜଣାପଡ଼ିଛି। ଗତକାଲି ବାଲେଶ୍ବର ଜିଲ୍ଲାପାଳ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତେବେ ସୂଚନା ଅନୁଯାୟୀ ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ । ଟ୍ରେନ ଦୁର୍ଘଟଣା ପରେ ଯେଉଁ ସ୍କୁଲ ଗୃହରେ ଶବ ଗୁଡିକୁ ରଖାଯାଇଥିଲା ତାକୁ ଏବେ ଭଙ୍ଗା ଯାଉଛି ।

ଅନ୍ୟପଟେ ଆଉ କିଛି ଦିନ ପରେ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ପିଲା ଓ ଅଭିଭାବକ ସ୍କୁଲ ଗୃହକୁ ନେଇ ଭୟଭୀତ ଅଛନ୍ତି । ପିଲାମାନେ ଭୟ କରୁଥିବା ସ୍କୁଲ ଘରକୁ ଭାଙ୍ଗିଦେଉଛି ପ୍ରଶାସନ । ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories