Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri News: ଆମିଷ ହୋଟେଲରେ ମହାପ୍ରସାଦ ବିକ୍ରି ଅଭିଯୋଗ, ପୁରୀରେ ଉତ୍ତେଜନା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରସାଦକୁ ନେଇ ଏକ ସମ୍ବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ରେଡକ୍ରସ୍ ରୋଡ୍‌ରେ ଥିବା ଏକ ହୋଟେଲରେ ଆମିଷ ଖାଦ୍ୟ ସହ ମହାପ୍ରସାଦ ବିକ୍ରି କରାଯାଉଥିବା ଅଭିଯୋଗ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନା ପୋଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ହୋଟେଲକୁ ଖାଦ୍ୟ ନେବାକୁ ଯାଇଥିବା କିଛି ଲୋକ ମହାପ୍ରସାଦ ସମ୍ପର୍କରେ ସନ୍ଦେହ କରିଥିଲେ। ଏହାପରେ ହୋଟେଲରେ ମହାପ୍ରସାଦର କୁଡୁଆ ଥିବା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ମହାପ୍ରସାଦକୁ ଆମିଷ ଖାଦ୍ୟ ସହ ମିଶାଇ ପରିବେଷଣ କରାଯାଉଥିବା ନେଇ ଅଭିଯୋଗ ଉଠିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି କୁଡୁଆ ଜବତ କରିଥିବା ଜଣାପଡ଼ିଛି। ହୋଟେଲ ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ତେବେ ହୋଟେଲ ମାଲିକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହାପ୍ରସାଦ କେଉଁଠାରୁ ଆସିଥିଲା ଏବଂ ଏହାକୁ ଆମିଷ ଖାଦ୍ୟ ସହ ମିଶାଇ ପରିବେଷଣ କରାଯାଇଥିଲା କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories