Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ବ୍ଲକ ବି ଜେ ଡି ର ଜନ ସମ୍ପର୍କ ପଦ ଯାତ୍ରା

ଅସ୍ତରଙ୍ଗ, ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଥିବା ବିଜେଡି ଦୁଇ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ଶୁଭାରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା। ଅସ୍ତରଙ୍ଗ ବ୍ଲକ କୁହୁଡିସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରୁ କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଶୁଭାରମ୍ଭ କରିଥିଲେ l ଏକ ମାସ ଧରି ଏହି ପଦଯାତ୍ରା ଚାଲିବ। ନଭେମ୍ବର ୨ ଯାଏ ବିଜେଡି ନେତା କର୍ମୀ ମାନେ ଗାଁ ଗାଁ କୁ ଯାଇ ବିଜେପି ସରକାରଙ୍କ ଦୋଷ ଦୁର୍ବଳତା ଓ ବିଫଳତା ବଖାଣିବେ।ଏହି ପଦ ଯାତ୍ରା ସମୟରେ ଡବଲ ଇଞ୍ଜିନି ସରକାରରେ ଦେଖା ଦେଇଥିବା ଜନ ସମସ୍ୟା ନେଇ ଲୋକଙ୍କ ପାଖକୁ ବିଜେଡି ଯିବ ବୋଲି ବିଧାୟକ ତୁଷାର କାନ୍ତି ବେହେରା କହିଛନ୍ତି।ସେ ଆହୁରି କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଛି। ଓଡିଶା ବାସୀଙ୍କ ଭାଗ୍ୟ ଭବିଷ୍ୟତକୁ ବିଜେପି ସରକାର ଉପେକ୍ଷିତ କରିଛନ୍ତି।ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା ବୃଦ୍ଧି, କେନ୍ଦ୍ର ସରକାରଙ୍କ ସଂଶୋଧିତ ଏମଏମଡ଼ିଆର ଆଇନ ଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କ୍ଷ୍ଵର୍ଣ୍ଣ କରିବା ଆଦି ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁବୋଲି ଉପଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ।ସାଙ୍ଗଠନିକ ଜିଲ୍ଲା, ବ୍ଲକ, ଏନଏସି ସବୁ ଠାରେ ପଦଯାତ୍ରା କରାଯିବ। ବ୍ଲକ ବିଜେଡି ସଭାପତି କହିଲେ ବିଜେପି ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଗତ ୨୭ ମାସ ମଧ୍ୟରେ ପାଣି ଫୋଟକା ସାଜିଛି।ପାଠ୍ୟ ପୁସ୍ତକ ତ୍ରୁଟି, ଏସଆଇଆର ଆଦି ରାଜ୍ୟ ସସରକାରଙ୍କ ବିଫଳତାକୁ ପଦାରେ ପକାଇଛି।ସରକାରଙ୍କ ମାଳ ମାଳ ବିଫଳତା ମଧରେ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଓ ବିଧବାଙ୍କୁ ଭତ୍ତା ମିଳୁନାହିଁ । ସମସ୍ତ ପ୍ରସଙ୍ଗକୁ ନେଇ ଅସ୍ତରଙ୍ଗ ବ୍ଲକ ବିଜେଡି ୧୫ ପଞ୍ଚାୟତରେ ଏହି ଜନସମ୍ପର୍କ ଯାତ୍ରାରେ ଲୋକଙ୍କ ନିକଟରେ ପହଞ୍ଚାଇବ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେଡିର ନବନିଯୁକ୍ତି କାର୍ଯ୍ୟକାରୀ ଉପସଭାପତିସ୍ୱାଧୀନ କୁମାର ନାୟକ, ସାଧାରଣ ସମ୍ପାଦକଗଦାଧର ବିଶ୍ୱାଳ,ସାଇରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ବନିତା ବେହେରା,ମିନତୀ ବସ୍ତିଆ,ସରପଞ୍ଚ କ୍ଷୀରୋଦ କାଣ୍ଡି,ଆରତୀ କାଣ୍ଡି, ପୁଷ୍ପଲତା ପ୍ରଧାନ, କୁଞ୍ଜବିହାରି ପ୍ରଧାନ, ଲକ୍ଷ୍ମୀଧର ଜେନା, ପ୍ରଫୁଲ୍ଲ ବିଶ୍ୱାଳ,ବିମ୍ବାଧର ବିଶ୍ୱାଳ ଭୀମସେନ ସ୍ୱାଇଁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ବାବୁ ରାମ ମଲ୍ଲିକ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ନେତା କର୍ମୀ ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ