ରଥଯାତ୍ରା ଲାଗି ବ୍ୟାପକ ପ୍ରସ୍ତୁତି; ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ


ପୁରୀ: ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଭଗବାନ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ଭଗବାନଙ୍କୁ ଭେଟିବେ ଭକ୍ତ। ରଥଯାତ୍ରା ଲାଗି ପୁରୀ ସହରରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ରଥଯାତ୍ରା ପୂର୍ବରୁ ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ‌ରଥଯାତ୍ରା ସମୟରେ ଯେପରି ଭକ୍ତଙ୍କୁ କୌଣସି ପ୍ରକାର ଅସୁବିଧା ନହେବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି।