Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RBI Repo Rate Hike: ଘର କିଣିବା ପ୍ଲାନ୍‌ କରୁଛନ୍ତି କି? ବଢ଼ିଲା ରେପୋ ରେଟ୍‌, ମହଙ୍ଗା ହୋଇପାରେ ହୋମ୍‌ ଏବଂ କାର ଲୋନ୍‌

ନୂଆଦିଲ୍ଲୀ: ନୂଆ ଘର କିମ୍ବା କାର କିଣିବାକୁ ଚନୀତ କରୁଛନ୍ତିକି? ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଫଳରେ ରେପୋ ରେଟ୍‌ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତ ହୋଇଛି। ଏହି ବୃଦ୍ଧିର ପ୍ରଭାବ ଏବେ ବ୍ୟାଙ୍କ ଲୋନ୍‌ ଉପରେ ପଡ଼ିପାରେ।

ତେବେ ରେପୋ ରେଟ୍‌ ବଢ଼ିଲେ ବ୍ୟାଙ୍କଗୁଡ଼ିକ ନିଜର ଲୋନ୍‌ ସୁଧ ହାରରେ ପରିବର୍ତ୍ତନ କରିପାରନ୍ତି। ବିଶେଷକରି ଫ୍ଲୋଟିଂ ରେଟ୍‌ରେ ଚାଲୁଥିବା ହୋମ୍‌ ଲୋନ୍‌ ଓ ଅନ୍ୟାନ୍ୟ ଋଣର EMI ବଢ଼ିବାର ସମ୍ଭାବନା ଅଧିକ ରହିଛି। ଏହାର ଅର୍ଥ, ନୂଆ ଘର କିଣିବା ପାଇଁ ଲୋନ୍‌ ନେବାକୁ ଯୋଜନା କରୁଥିବା ଲୋକଙ୍କ ଉପରେ ଋଣ ଖର୍ଚ୍ଚ ବଢିବା ନେଇ ଆଶଙ୍କା କରାଯାଉଛି |

ତେବେ ରେପୋ ରେଟ୍‌ ବଢ଼ିଥିବାରୁ ସମସ୍ତ ହୋମ୍‌ ଲୋନ୍‌ର EMI ତୁରନ୍ତ ପରିବର୍ତ୍ତନ ହେବ ତାହା ନୁହେଁ। ବ୍ୟାଙ୍କ ନିଜର ଲୋନ୍‌ ସୁଧ ହାରରେ କେତେ ପରିବର୍ତ୍ତନ କରୁଛି, ତାହା ଉପରେ EMIର ପ୍ରକୃତ ପ୍ରଭାବ ନିର୍ଭର କରିବ। ତେଣୁ ଘର କିଣିବା ପୂର୍ବରୁ ଲୋନ୍‌ର ସୁଧ ହାର, EMI ଏବଂ ମୋଟ ଋଣ ଖର୍ଚ୍ଚ ବିଷୟରେ ଭଲ ଭାବେ ଜାଣିବା ଜରୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories