Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kiara Advani Second Pregnancy: ଫ୍ୟାନ୍ସଙ୍କୁ ଦେଲେ ବଡ଼ ଖୁସି ଖବର, ପୁଣି ମା’ ହେବାକୁ ଯାଉଛନ୍ତି କିଆରା ଆଡଭାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଘରେ ପୁଣି ଖୁସିର ମାହୋଲ। ଜୁଲାଇ ୨୦୨୫ରେ ଏକ କନ୍ୟା ସନ୍ତାନଙ୍କୁ ସ୍ୱାଗତ କରିଥିବା ଏହି ଦମ୍ପତି ଏବେ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। କିଆରା ନିଜ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କରି ଦ୍ୱିତୀୟ ପ୍ରେଗ୍ନାନ୍ସି ବିଷୟରେ ଘୋଷଣା କରିଛନ୍ତି।

କିଆରାଙ୍କ ଏହି ଘୋଷଣା ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ ମିଡିଆରେ ତାଙ୍କ ସେୟାର କରିଥିବା ଫଟୋକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। କିଆରା ଓ ସିଦ୍ଧାର୍ଥଙ୍କ ଏହି ଖୁସି ଖବର ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।

୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ସୁନ୍ଦର ଯୋଡି କିଆରା ଓ ସିଦ୍ଧାର୍ଥ ପୂର୍ବରୁ ୨୦୨୫ରେ ପ୍ରଥମ ସନ୍ତାନ ଭାବେ ଏକ କନ୍ୟା ସନ୍ତାନଙ୍କୁ ସ୍ୱାଗତ କରିଥିଲେ। ଏବେ ପୁଣିଥରେ ତାଙ୍କ ପ୍ରେଗ୍ନାନ୍ସି ଖବର ଆସିବା ପରେ ଉଭୟଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories