Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CBI Raid Bhagwant Mann OSD: ଭଗବନ୍ତ ମାନଙ୍କ OSDଙ୍କ ଘରେ CBI ରେଡ୍‌, ଢୋଲ-ଭାଙ୍ଗଡ଼ା ସହ ତଦନ୍ତକାରୀ ଟିମ୍‌କୁ ସ୍ୱାଗତ

ପଞ୍ଜାବ: ପଞ୍ଜାବର ସଙ୍ଗରୁର ଜିଲ୍ଲା ଘରାଚୋନ ଗାଁରେ CBI ଚଢ଼ାଉ ବେଳେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ OSD ରାଜବୀର ସିଂହ ଘୁମନଙ୍କ ଘରେ CBI ତଦନ୍ତ କରୁଥିବା ବେଳେ କିଛି ସ୍ଥାନୀୟ ଲୋକ ଓ ବିରୋଧୀ ଦଳ ସହ ଜଡ଼ିତ କର୍ମୀମାନେ ଟିମ୍‌କୁ ଫୁଲ ଦେଇ ସ୍ୱାଗତ କରିଥିଲେ। CBI ଗାଡ଼ି ଫେରିବା ସମୟରେ ଢୋଲ ବଜାଇ ଭାଙ୍ଗଡ଼ା କରିବା ସହ ଗାଡ଼ି ଉପରେ ଫୁଲ ପକାଯାଇଥିବା ଦୃଶ୍ୟ ଚର୍ଚ୍ଚାରେ ଆସିଛି।

ଏହି ଚଢ଼ାଉ ଭଗବନ୍ତ ମାନଙ୍କ କାର୍ଯ୍ୟାଳୟ ସହ ଜଡ଼ିତ କଥିତ ଦୁର୍ନୀତି ମାମଲାର ତଦନ୍ତର ଅଂଶ। CBI ରାଜବୀର ଘୁମନଙ୍କ ସମେତ ୬ ଜଣଙ୍କ ବିରୋଧରେ FIR ରୁଜୁ କରିଛି ଏବଂ ପଞ୍ଜାବ ଓ ଚଣ୍ଡିଗଡ଼ର ୮ଟି ସ୍ଥାନରେ ତଲାସି କରିଛି। ତଦନ୍ତ ସମୟରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ ବିଭିନ୍ନ ଦସ୍ତାବିଜ ଜବତ କରାଯାଇଥିବା CBI କହିଛି।

CBI ଚଢ଼ାଉକୁ ନେଇ ପଞ୍ଜାବରେ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି। ବିରୋଧୀ ଦଳଗୁଡ଼ିକ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରୁଥିବା ବେଳେ ଭଗବନ୍ତ ମାନ ସରକାର କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ନେଇ ଅଭିଯୋଗ କରିଛି। ଏପଟେ CBI ତଦନ୍ତ ଚାଲିଥିବା ବେଳେ ଘରାଚୋନ ଘଟଣାରେ ଜଣେ SHOଙ୍କୁ ସସ୍ପେଣ୍ଡ କରାଯାଇଛି ଏବଂ ଦୁଇ ଜଣଙ୍କୁ ଅଟକ ରଖାଯାଇଥିବା ସଙ୍ଗରୁର ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories