Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚଳ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟୀକରଣ ରଖିଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଗତକାଲି ଆରବିଆଇ ଗଭର୍ଣ୍ଣର ରେପୋ ରେଟ ଅପରିବର୍ତ୍ତିତ ରହିବା ନେଇ ବଡ ଘୋଷଣା କରିଥିଲେ। ଯାହା ସାଧାରଣ ଲୋକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର କଥା। ତେବେ ଏହା ଭିତରେ ଗୁଜବ ଉଠିଛି ଅଚଳ ହୋଇଯିବ ୫୦୦ ଟଙ୍କିଆ ନୋଟ୍‌। କିଛି ଦିନ ତଳେ ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା ଆରବିଆଇ। ପ୍ରାୟ ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କ୍‌କୁ ଫେରିଆସିଲାଣି ଆଉ ବାକି ଟଙ୍କା ଧୀରେ ଧୀରେ ଫେରୁଛି ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ତେବେ ସତରେ କଣ ଅଚଳ ହୋଇଯିବ ୫୦୦ ଟଙ୍କିଆ ନୋଟ୍‌? ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏମିତିକି ନକଲି ୫୦୦ ଟଙ୍କିଆ ନୋଟ୍‌ର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ବି ହେଉଛି।

ଦେଶରେ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ ନାହିଁ କି ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ହେବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଭର୍ଣ୍ଣର ।

ଏପଟେ ସୋସିଆଲ୍ ମିଡିଆରେ ନକଲି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ଫଟୋ ଭାଇରାଲ୍ ହେବାରେ ଲାଗିଛି। ୩୫୦, ୨, ଓ ୫ ଟଙ୍କିଆର ନକଲି ନୋଟ ମଧ୍ୟ ଭାଇରାଲ୍ ହେଉଛି। ତେଣୁ ଏସବୁ ସତ୍ୟ ନୁହେଁ ବରଂ ଗୁଜବ ବୋଲି ଆର୍‌ବିଆଇ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ