Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tankapani Bridge Incident: ବ୍ରିଜ୍‌ ଉପରେ ଯୁବକଙ୍କ ହଙ୍ଗାମା, ଦୀର୍ଘ ସମୟ ପରେ ଉଦ୍ଧାର କଲେ ପୋଲିସ ଓ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ଉପରେ ବୁଧବାର ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯୁବକଜଣକ ବ୍ରିଜ୍‌ ଉପରେ ଥିବା ବେଳେ ପୋଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଖବର ପାଇ PCR ଟିମ୍‌ ଓ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଯୁବକଙ୍କ ସହ ଆଲୋଚନା କରିଥିଲେ।

ଯୁବକଜଣକ ନିଜର ଏକ ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସେ ମିଡିଆକୁ ଡାକିବା ପାଇଁ ମଧ୍ୟ ଦାବି କରୁଥିଲେ। ପରିସ୍ଥିତିକୁ ଦେଖି ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଧୈର୍ଯ୍ୟର ସହ ତାଙ୍କୁ ବୁଝାଇଥିଲେ।

ଶେଷରେ ଦୀର୍ଘ ସମୟର ଆଲୋଚନା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବଡ଼ଗଡ଼ ଥାନାକୁ ନିଆଯାଇ ପଚରାଉଚରା କରାଯାଉଛି। ଯୁବକଙ୍କ ଅଭିଯୋଗ ଓ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ