Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Bandh: ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା, ୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ହରତାଳ

ଭୁବନେଶ୍ୱର: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଇଣ୍ଡିଆ ବ୍ଲକ୍‌ର ଆହ୍ୱାନରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସଫଳ କରିବା ପାଇଁ କଂଗ୍ରେସ, ବାମ ଦଳ ସମେତ ମେଣ୍ଟର ବିଭିନ୍ନ ଦଳ ପକ୍ଷରୁ ରାଲି, ପିକେଟିଂ ଓ ବିକ୍ଷୋଭ କରାଯାଉଛି।

ଚାରିଟି ପ୍ରମୁଖ ଦାବିକୁ ନେଇ ବିରୋଧୀ ମେଣ୍ଟ ଏହି ବନ୍ଦ ଡାକରା ଦେଇଛି। ଏମ୍‌ଏମ୍‌ଡିଆର୍‌ ଆଇନ ୨୦୨୬ ପ୍ରତ୍ୟାହାର ସହ ଏସ୍‌ଆଇଆର୍‌ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍‌ ଓ ପୁନର୍ବାସ ଦେବାକୁ ଦାବି ରହିଛି।

ତେବେ ବନ୍ଦ ସମୟରେ ଜରୁରି ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ପରୀକ୍ଷା, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ସମେତ ଅନ୍ୟାନ୍ୟ ଜରୁରି ସେବା ଜାରି ରହିବ। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକମାନେ ପିକେଟିଂ ଓ ବିକ୍ଷୋଭ କରୁଥିବାରୁ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ