Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bay of Bengal System: ବଙ୍ଗୋପସାଗରରେ ନୂଆ ସିଷ୍ଟମ୍‌ର ସଙ୍କେତ, ୧୦-୧୨ମଧ୍ୟରେ ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର:ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ସିଷ୍ଟମ୍‌ ଗଠନ ନେଇ ସମ୍ଭାବନା ବଢ଼ିଛି। ବରିଷ୍ଠ ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ପାଣିପାଗ ମଡେଲ୍‌ର ବିଶ୍ଳେଷଣ ଆଧାରରେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରେ ଲଘୁଚାପ ରୂପ ନେଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ। NOAAର ଆକଳନ ଅନୁସାରେ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ଗଠନର ୨୦ରୁ ୪୦ ପ୍ରତିଶତ ସମ୍ଭାବନା ରହିଛି।

ସମ୍ଭାବ୍ୟ ଲଘୁଚାପ ଗଠନ ପାଇଁ ବର୍ତ୍ତମାନ ପାଣିପାଗର କିଛି ପରିସ୍ଥିତି ଅନୁକୂଳ ରହିଥିବା କୁହାଯାଉଛି। ତେବେ ସିଷ୍ଟମ୍‌ କେଉଁଠାରେ ଗଠନ ହେବ ଏବଂ କେତେ ଶକ୍ତିଶାଳୀ ହେବ, ତାହା ଆଗୁଆ କହିବା କଷ୍ଟକର। ବିଶେଷକରି ଭର୍ଟିକାଲ ୱିଣ୍ଡ ସିଅର କମିଲେ ଏବଂ ବାୟୁ ପ୍ରବାହର ପରିସ୍ଥିତି ଅନୁକୂଳ ହେଲେ ସିଷ୍ଟମ୍‌ ଅଧିକ ସଂଗଠିତ ହେବାର ସମ୍ଭାବନା ରହିଛି। ECMWF ଓ GEFS ମଡେଲ୍‌ ମଧ୍ୟ ଲଘୁଚାପ ଗଠନ ପାଇଁ ପରିବେଶ କିଛି ମାତ୍ରାରେ ଅନୁକୂଳ ଥିବା ସଙ୍କେତ ଦେଉଛି।

ତେବେ ଏବେଠାରୁ ଓଡ଼ିଶା ଉପରେ ସିଧାସଳଖ ବିପଦର କୌଣସି ସ୍ପଷ୍ଟ ସଙ୍କେତ ନାହିଁ। ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ସିଷ୍ଟମ୍‌ର ତୀବ୍ରତା ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ବର୍ତ୍ତମାନ ସ୍ଥିତିରେ ଭୟଭୀତ ହେବାର ଆବଶ୍ୟକତା ନଥିବା ବେଳେ ପାଣିପାଗର ପରବର୍ତ୍ତୀ ପରିବର୍ତ୍ତନ ଉପରେ ନଜର ରଖିବାକୁ କୁହାଯାଇଛି। ଚାଷୀମାନେ ନିଜ ଅଞ୍ଚଳର ମାଟି ଓ ଫସଲର ସ୍ଥିତି ଦେଖି ରବି ଫସଲ ପାଇଁ ଜମି ପ୍ରସ୍ତୁତି ଓ ଅନ୍ୟ ଚାଷ କାମ ଜାରି ରଖିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ