Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Bandh: ୧୨ ଘଣ୍ଟିଆ ବନ୍ଦରେ ରାଜ୍ୟ ଅଚଳ, ରାସ୍ତାରେ ଅଟକିଲା ଗାଡ଼ି; ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। MMDR ଆମେଣ୍ଡମେଣ୍ଟ ଆଇନ ପ୍ରତ୍ୟାହାର, ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ SIRକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ଓ ଦୋକାନବଜାର ପ୍ରଭାବିତ ହୋଇଛି। ବସ୍‌, ଅଟୋ ଓ ଅନ୍ୟାନ୍ୟ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ସମ୍ବଲପୁର, ରାୟଗଡ଼ା, ସୁନ୍ଦରଗଡ଼, ବାଲେଶ୍ୱର, ଜଗତସିଂହପୁର ଓ ଗଜପତି ସମେତ ବିଭିନ୍ନ ଜିଲ୍ଲାରେ ବନ୍ଦ ସମର୍ଥକମାନେ ପିକେଟିଂ ଓ ପ୍ରତିବାଦ କରୁଥିବା ଖବର ମିଳିଛି।
ବନ୍ଦ ସମୟରେ ଜରୁରୀ ଓ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଫାର୍ମାସି ଭଳି ଜରୁରୀ ସେବା ବ୍ୟତୀତ ବାକି ସବୁ ବନ୍ଦ ରହିଛି। ଅନ୍ୟପଟେ, ବନ୍ଦ ଯୋଗୁଁ ଦୈନନ୍ଦିନ ଯାତାୟାତ ଓ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥିବାରୁ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ