Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶୀ ମହୁଲି ମଦଭାଟି କୁ ସ୍ଥାନାନ୍ତରିତ ପାଇଁ ପିତା ମହୁଲ ଗ୍ରାମବାସୀ ଙ୍କ ଦାବି

ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଦେଶୀ ମଦଭାଟି କୁ ଗ୍ରାମବାସୀ ପ୍ରବଳ ବିରୋଧ କରୁଛନ୍ତି l ଏହିଭଲି ପରିସ୍ଥିତିରେ ଭାଟି ସମ୍ମୁଖରେ ସରପଞ୍ଚ ଆକସ୍ମିତା ବଢ଼ାଇ , ମଧୁସୂଦନ ପଣ୍ଡା , ରଘୁନାଥ ସେଠି , ପ୍ରଦୀପ ବଢିଆ , ଶ୍ରୀକାନ୍ତ କର୍ମୀ ଓ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ପ୍ରାଏ ଏକ ଘଣ୍ଟା ପ୍ରତିବାଦ କରିବା ସହିତ ଏହିଠାରୁ ଅନ୍ୟତ୍ର ଭାଟି ସ୍ଥାନାନ୍ତରିତ ହେଉ ବୋଲି ବିରୋଧ କରିଥିବା ଦେଖାଯାଇଥିଲା l ସୁବଳୟା ଥାନାଅଧିକାରୀ ପଞ୍ଚାନନ ନାଏକ , ଏସ. ଆଈ. ସଂଜୀବ ବସ୍ତିଆ , ଏ. ଏସ. ଆଈ. ସୁରଞ୍ଚି ସେଠି , ବର୍ଷା ସlମ୍ବଦ ଙ୍କ ସମେତ ପୋଲିସ ଫୋର୍ସ ପହଂଚି ଘଟଣା ଆୟତ୍ତ କରିଥିବାବେଳେ ଏହି ସରକାରୀ ସ୍ୱୀକୃତି ଦେଶୀ ର ଅବଧି ଗତ ଏପ୍ରିଲ 1 /2026ରୁ ଆସନ୍ତା ମାର୍ଚ୍ଚ 31/2027 ପର୍ଯ୍ୟନ୍ତ ଅଛି l କିନ୍ତୁ ଗ୍ରାମବାସୀ ଉଛେଦ ପାଇଁ ତୀବ୍ର ବିରୋଧ କରୁଥିବା ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories