Odisha SI Exam Scam: ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ EDର ବଡ଼ ଆକ୍ସନ୍, ୯ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର: ଓଡ଼ିଶା ପୁଲିସ ଏସ୍ଆଇ (SI) ପରୀକ୍ଷା ଦୁର୍ନୀତି ମାମଲାରେ ଆକ୍ସନ୍ ମୋଡ୍କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ମାମଲାରେ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା ପୁଣି ଚର୍ଚ୍ଚାକୁ ଆସିଛି।
ସୂଚନା ଅନୁସାରେ, ଏହି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ମୁନା ମହାନ୍ତିଙ୍କ କଳାପଥରସ୍ଥିତ ବାସଭବନରେ ମଧ୍ୟ ED ଚଢ଼ାଉ କରୁଛି। ଏହା ସହ ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ର ସୁରେଶ ନାୟକଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।
ଏହି ଚଢ଼ାଉ ପଛରେ ଆର୍ଥିକ କାରବାର ଏବଂ ଦୁର୍ନୀତି ସହ ଜଡ଼ିତ ତଥ୍ୟର ଯାଞ୍ଚ ହେଉଛି କି ନାହିଁ, ସେନେଇ ଅଧିକ ସୂଚନା ଅପେକ୍ଷାରେ ରହିଛି। EDର ତଦନ୍ତ ଆଗକୁ ବଢ଼ିବା ସହ ଏହି ମାମଲାରେ ଆଉ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ |

