Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sundargarh Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୩ଟି ଫ୍ଲାଟ୍‌ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ଏକାଧିକ ଟିମ୍‌ ଏକ ସମୟରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି।

ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍‌ ସୁନ୍ଦରଗଡ଼ରେ ଥିବା ତାଙ୍କ ଆବାସିକ କାର୍ଯ୍ୟାଳୟ ଓ ସରକାରୀ ଅଫିସ୍‌ ସହ ପୈତୃକ ବାସଭବନରେ ଚଢ଼ାଉ କରିଛି। ଏହା ସହ ଭୁବନେଶ୍ୱରରେ ଥିବା ତାଙ୍କର ୩ଟି ଫ୍ଲାଟ୍‌ରେ ମଧ୍ୟ ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।

ଏହି ଚଢ଼ାଉରେ କେତେ ପରିମାଣର ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ତଥ୍ୟ ମିଳିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଭିଜିଲାନ୍ସର ଯାଞ୍ଚ ଶେଷ ହେବା ପରେ ମାମଲା ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories