Manipur RAF Camp Attack: ଇମ୍ଫାଲରେ RAF କ୍ୟାମ୍ପ ଗେଟ୍ରେ ଗ୍ରେନେଡ୍ ମାଡ଼ ଅଭିଯୋଗ, ଜଣେ ଯବାନ ଆହତ
ମଣିପୁର: ମଣିପୁରର ଇମ୍ଫାଲ ଇଷ୍ଟ ଜିଲ୍ଲାର ନ୍ୟୁ ଲାମ୍ବୁଲେନ୍ ଅଞ୍ଚଳରେ ଥିବା ରାପିଡ୍ ଆକ୍ସନ୍ ଫୋର୍ସ (RAF) କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଗୁରୁବାର ରାତି ପ୍ରାୟ ୧୦ଟାରେ B/107 RAF କ୍ୟାମ୍ପର ଗେଟ୍ ନିକଟକୁ ଅଜଣା ଦୁର୍ବୃତ୍ତମାନେ ଗ୍ରେନେଡ୍ ଫିଙ୍ଗିଥିବା ସୂଚନା ମିଳିଛି। ଏହି ଘଟଣାରେ RAFର ଜଣେ ହେଡ୍ କନଷ୍ଟେବଳ ଆହତ ହୋଇଛନ୍ତି।
ଆହତ ଯବାନ ଜଣକ ହେଲେ ଧନଞ୍ଜୟ ରାୟ ଏବଂ ସେ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ସୂଚନା ରହିଛି। ଘଟଣା ପରେ କ୍ୟାମ୍ପର ସୁରକ୍ଷା ଓ ଆକ୍ରମଣ ସମ୍ପର୍କିତ ପରିସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଆକ୍ରମଣକାରୀଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

