Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Manmohan Samal on Vote Theft: ଭୋଟ୍ ଚୋରି ଅଭିଯୋଗକୁ ବିରୋଧୀଙ୍କୁ ମନମୋହନଙ୍କ ପ୍ରଶ୍ନ, ହିମାଚଳ ଓ କର୍ଣ୍ଣାଟକରେ କଂଗ୍ରେସ କିପରି ଜିତିଲା ?

ଭୁବନେଶ୍ୱର: ଭୋଟ୍ ଚୋରି ଅଭିଯୋଗକୁ ନେଇ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ବିରୋଧୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଏଭଳି ପ୍ରୟାସ କରୁଥିବା ସେ ଅଭିଯୋଗ କରିଛନ୍ତି। ଭୋଟ୍ ଚୋରି ହୋଇଥିବା ନେଇ ବିରୋଧୀଙ୍କ ପାଖରେ ଯଦି ପ୍ରମାଣ ଅଛି, ତେବେ ତାହା ସାର୍ବଜନୀନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ଅଭିଯୋଗ କଲେ ହେବ ନାହିଁ, ତଥ୍ୟ ଓ ପ୍ରମାଣ ଆଧାରରେ କଥା କହିବା ଉଚିତ ବୋଲି ମନମୋହନ କହିଛନ୍ତି।

କଂଗ୍ରେସର ଭୋଟ୍ ଚୋରି ଅଭିଯୋଗକୁ ପ୍ରଶ୍ନ କରି ମନମୋହନ ସାମଲ କହିଛନ୍ତି, ଯଦି ନିର୍ବାଚନରେ ଭୋଟ୍ ଚୋରି ହେଉଛି, ତେବେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ କିପରି ସରକାର ଗଠନ କଲା? ସେଠାରେ ବିଜେପି ପକ୍ଷରୁ ଭୋଟ୍ ଚୋରି ଅଭିଯୋଗ କରାଯାଇନଥିବା ସେ ଉଲ୍ଲେଖ କରିଛନ୍ତି। ବିରୋଧୀମାନେ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ଏବଂ ଟଙ୍କା ଦେଇ ଲୋକଙ୍କୁ ଆନ୍ଦୋଳନରେ ସାମିଲ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୋଟ୍ ଚୋରି ଅଭିଯୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବିକ୍ଷୋଭ ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ରିପୋର୍ଟ ଆସିଥିଲା। ଏହି ସମୟରେ ପୋଲିସର ବ୍ୟବହାରକୁ ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଜଣେ କାଶ୍ମୀରୀ ଯୁବକ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories