Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Keonjhar POCSO Court Verdict: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌, ପୀଡ଼ିତାଙ୍କୁ ୧୦ ଲକ୍ଷ ସହାୟତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଶୁନିଆ ଚମ୍ପିଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଇଛି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ଯୁବକ ବଡ଼ବିଲ ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଓକିଲଙ୍କ ସୂଚନା ଅନୁସାରେ, ୨୦୨୨ ମସିହାରେ ବଡ଼ବିଲ ଥାନା ଅଞ୍ଚଳର ଜଣେ ନାବାଳିକା ପରିବାର ସହ ଏକ ଭୋଜିକୁ ଯାଇଥିଲେ। ସେଠାରୁ ଶୁନିଆ ଚମ୍ପିଆ ତାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୀଡ଼ିତାଙ୍କ ପରିବାର ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।

ମାମଲାର ଶୁଣାଣି ସମୟରେ ୧୩ ଜଣ ସାକ୍ଷୀଙ୍କ ବୟାନ ଏବଂ ଅଦାଲତରେ ଉପସ୍ଥାପିତ ପ୍ରମାଣକୁ ବିଚାରକୁ ନିଆଯାଇଥିଲା। ଏହାପରେ ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ନିର୍ଦ୍ଦେଶ ଦେଇ ମାମଲାରେ ରାୟ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories