Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ସୁବଳୟା ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ 2026 ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ସୁବଳୟା: ମା’ ଓ ଶିଶୁଙ୍କ ସୁସ୍ଥ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଏବଂ କୁପୋଷଣମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ଜୀବିକା ମିଶନ, ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର ସଭାନେତ୍ରୀ ମୀରା ବାରିକ୍ ସଭାପତିତ୍ବ କରିଥିବା ବେଳେ ନଥିପତ୍ର ପରିଚାଳିକା ବବିତା ରାଣୀ ମହାପାତ୍ର ମହିଳାମାନଙ୍କ ମଧ୍ୟରେ ପୋଷଣ, ସ୍ୱାସ୍ଥ୍ୟ ଓ ସନ୍ତୁଳିତ ଆହାର ସମ୍ପର୍କିତ ସଚେତନତା ବୃଦ୍ଧି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର CRP ଭଉଣୀମାନେ, ଓ କାର୍ଯ୍ୟନିର୍ବାହୀ କମିଟି (EC)ର ସଭ୍ୟାମାନେ ଏବଂ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ FNHW ତାଲିମ ପ୍ରାପ୍ତ ପୋଷଣ ସଖୀ ରେଖା ନାଏକ୍ ପୋଷଣର ଗୁରୁତ୍ୱ, ଗର୍ଭାବସ୍ଥାରେ ଉପଯୁକ୍ତ ଖାଦ୍ୟ ଗ୍ରହଣ, ମା’ ଓ ଶିଶୁଙ୍କ ଯତ୍ନ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପନିପରିବା, ଶସ୍ୟ, ଡାଲି ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ସାମଗ୍ରୀକୁ ସୁନ୍ଦର ଭାବରେ ସଜାଇ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ମାଧ୍ୟମରେ ଦୈନଦିନ ଖାଦ୍ୟରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ସାମିଲ କରିବା, ସ୍ଥାନୀୟ ଭାବରେ ଉପଲବ୍ଧ ଖାଦ୍ୟ ସାମଗ୍ରୀର ସଦୁପଯୋଗ କରିବା ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପୋଷଣ ଆବଶ୍ୟକତା ପ୍ରତି ଧ୍ୟାନ ଦେବାର ବାର୍ତ୍ତା ଦିଆଯାଇଥିଲା।
ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ପୋଷଣ ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବା ସହ ଘରେ ଘରେ ପୁଷ୍ଟିକର ଖାଦ୍ୟର ଅଭ୍ୟାସ ଗଢ଼ି ତୋଳିବା ଏବଂ କୁପୋଷଣ ଦୂରୀକରଣ ଦିଗରେ ଗତକାଲି ସଙ୍ଘ ର ସମସ୍ତ ଆଞ୍ଚଳିକ ମଞ୍ଚ ସ୍ତର ରେ ମଧ୍ଯ ପୋଷଣ ମାସ ପାଳନ କରାଯାଇଥିଲl ।ଶେଷ ରେ ଯୁଗ୍ମ ସମ୍ପାଦିକା କ୍ରିଷ୍ଣା ନାଏକ୍ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories