Delhi Police Action: ବିମାନ ଭିତରୁ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କା ଅଟକ; ଦିଲ୍ଲୀରେ ୧,୦୮୨ ଜଣ ଡିଟେନ୍
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରସ୍ତାବିତ ‘କକରୋଚ୍’ ପ୍ରଦର୍ଶନ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାକୁ ଆସିଛି। ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ବିମାନ ଭିତରୁ ଅଟକ ରଖାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଦିଲ୍ଲୀରେ ପ୍ରଦର୍ଶନ ପୂର୍ବରୁ ସୁରକ୍ଷା ଓ ପୋଲିସର ପଦକ୍ଷେପକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ଉପଲବ୍ଧ ସୂଚନା ଅନୁସାରେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୧,୦୮୨ ଜଣଙ୍କୁ ଡିଟେନ୍ କରାଯାଇଛି। ‘କକରୋଚ୍’ ପ୍ରଦର୍ଶନ ପୂର୍ବରୁ ପୋଲିସ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଏହା ପୂର୍ବରୁ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମସ୍ଥିତ ତାଙ୍କ ଘରୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ସୂଚନା ମିଳିଥିଲା | ଯାହାକୁ ନେଇ ଯୁବବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି |
ତେବେ CJP ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଏହି ପ୍ରତିବାଦ ଡାକରା ଦିଆଯାଇଛି। ଅନ୍ୟପଟେ ଏହି ପ୍ରତିବାଦକୁ ନଜରରେ ରଖି ଦିଲ୍ଲୀରେ ଅନେକ ମେଟ୍ରୋ ଷ୍ଟେସନ ବନ୍ଦ କରାଯିବା ସହ ୨୦୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି | ଅନ୍ୟପଟେ ଟ୍ରେନ୍ ବାତିଲ୍ ସମ୍ପର୍କରେ ରେଳବାଇ ପକ୍ଷରୁ ଷ୍ଟେସନ୍ ନିକଟରେ ଭିଡ଼ ଓ ଯାତାୟାତ ଜନିତ ଅସୁବିଧାକୁ ଏଡ଼ାଇବା କାରଣ ଦର୍ଶାଯାଇଛି।

