Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Assam Woman Found Dead: ଟ୍ରେନ୍‌ ଯାତ୍ରା ବେଳେ ନିଖୋଜ ହେଲେ ଆସାମର ୨୦ ବର୍ଷୀୟା ଯୁବତୀ, ରେଳ ଧାରଣା କଡ଼ରୁ ମିଳିଲା ମୃତଦେହ

ଆସାମ: ଆସାମର ୨୦ ବର୍ଷୀୟା ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଡିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ। ଏକ ଡ୍ୟାନ୍ସ ଟ୍ରୁପ୍‌ ସହ ଆନ୍ଧ୍ରପ୍ରଦେଶ ଯାଉଥିବା ଯୁବତୀଜଣକ ପରିବାରକୁ ପଠାଇଥିବା ଶେଷ ବାର୍ତ୍ତାରେ ଭୟ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ସେ ଲେଖିଥିଲେ, “ମୋ ଚାରିପାଖରେ ଅନେକ ପୁରୁଷ ଅଛନ୍ତି। ମୁଁ ଡରୁଛି।”

ଯୁବତୀଙ୍କ ମୃତଦେହ ପରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ରେଳ ଧାରଣା ନିକଟରୁ ମିଳିଥିଲା। ତାଙ୍କ ସହ କ’ଣ ଘଟିଥିଲା ଏବଂ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଯାତ୍ରା ସମୟରେ ତାଙ୍କ ନିଖୋଜ ହେବା ଘଟଣାକୁ ନେଇ ମଧ୍ୟ ତଦନ୍ତ କରାଯାଉଛି।

ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ CCTV ଫୁଟେଜ୍‌ ସମେତ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛି। ଯୁବତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଦନ୍ତ ଶେଷ ହେବା ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories