Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Pune Shocker: ଦୁଇ ଦିନ ପରେ ଘରୁ ମିଳିଲା IT ଇଞ୍ଜିନିୟରଙ୍କ ମୃତଦେହ! ହଟ୍‌ ୱାଟର୍ ବ୍ୟାଗ୍‌ରୁ ବିଦ୍ୟୁତ୍ ଆଘାତ ଲାଗିଥିବା ନେଇ ବଢ଼ିଲା ସନ୍ଦେହ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେରେ ଜଣେ ୩୦ ବର୍ଷୀୟ IT ଇଞ୍ଜିନିୟରଙ୍କ ମୃତଦେହ ତାଙ୍କ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ୱାଡଗାଓଁ ସେରୀର ସୋମନାଥନଗର ଅଞ୍ଚଳରେ ରହୁଥିବା ରୋହନ କୁବାଡ଼ି ଗତ ତିନି ମାସ ଧରି ଏକୁଟିଆ ରହୁଥିଲେ। ରିପୋର୍ଟ ଅନୁସାରେ, ଶୋଇବା ସମୟରେ ବେକ ତଳେ ଇଲେକ୍ଟ୍ରିକ୍ ହଟ୍‌ ୱାଟର୍ ବ୍ୟାଗ୍‌ ରଖିଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ରୋହନ ଦୁଇ ଦିନ ଧରି ଘରର କବାଟ ନଖୋଲିବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା। ଘର ଭିତରୁ ଦୁର୍ଗନ୍ଧ ଆସିବା ସହ ତାଙ୍କ ମୋବାଇଲ୍‌କୁ ବାରମ୍ବାର ଫୋନ୍‌ କରି ମଧ୍ୟ କୌଣସି ଉତ୍ତର ନମିଳିବାରୁ ଘର ମାଲିକ କବାଟ ଖୋଲିଥିଲେ। ଏହି ସମୟରେ ରୋହନଙ୍କୁ ବିଛଣା ଉପରେ ମୃତ ଅବସ୍ଥାରେ ଦେଖିଥିଲେ। ଏହାପରେ ସେ ତୁରନ୍ତ ଚନ୍ଦନ ନଗର ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁମାନ ଅନୁସାରେ, ଇଲେକ୍ଟ୍ରିକ୍ ହଟ୍‌ ୱାଟର୍ ବ୍ୟାଗ୍‌ରୁ ବିଦ୍ୟୁତ୍ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଆବଶ୍ୟକ ଯାଞ୍ଚ କରୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories