Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MT GEM NO. 2 Drone Attack: UAEରେ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ! ସୁରକ୍ଷିତ ଅଛନ୍ତି ୨୨ ଭାରତୀୟ ନାବିକ

ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଶାରଜାହ ଆଙ୍କରେଜ୍‌ ନିକଟରେ ପାନାମା ପତାକାବାହୀ ଅଶୋଧିତ ତୈଳ ଟ୍ୟାଙ୍କର MT GEM NO. 2 ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ଅକ୍ଟୋବର ୯ରେ ଘଟିଥିବା ଏହି ଘଟଣା ପରେ ଜାହାଜରେ ଥିବା ସମସ୍ତ ୨୨ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ଶନିବାର କେନ୍ଦ୍ରୀୟ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି। ଏହି ଖବର ପରେ ନାବିକମାନଙ୍କ ସୁରକ୍ଷାକୁ ନେଇ ଆଶ୍ୱସ୍ତି ପ୍ରକାଶ ପାଇଛି।

ମନ୍ତ୍ରୀ ସୋନୋୱାଲ କହିଛନ୍ତି ଯେ, ସରକାର ଘଟଣା ଉପରେ ନିରନ୍ତର ନଜର ରଖିଛନ୍ତି। ଜାହାଜ ପରିଚାଳନା କମ୍ପାନୀ ସହ ସମନ୍ୱୟ ରଖି ଭାରତୀୟ ନାବିକମାନଙ୍କ ସୁରକ୍ଷା ଓ ମଙ୍ଗଳ ନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଛି। ଘଟଣା ପରେ ସମ୍ପୃକ୍ତ ନାବିକମାନଙ୍କ ସ୍ଥିତି ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି।

ତେବେ ଏହି ଡ୍ରୋନ୍ ଆକ୍ରମଣ ପଛରେ କେଉଁ ବ୍ୟକ୍ତି ବା ସଂଗଠନର ହାତ ରହିଛି, ସେ ସମ୍ପର୍କରେ ମନ୍ତ୍ରୀ କୌଣସି ତଥ୍ୟ ଦେଇନାହାନ୍ତି। ଆକ୍ରମଣର ପରିସ୍ଥିତି ଓ ଏହାର ଦାୟୀ କିଏ, ସେନେଇ ଅଧିକ ସୂଚନା ସାମ୍ନାକୁ ଆସିନାହିଁ। ସରକାର ଓ ଜାହାଜ ପରିଚାଳନା କମ୍ପାନୀ ମଧ୍ୟରେ ସମନ୍ୱୟ ଜାରି ରହିଥିବା ବେଳେ ଭାରତୀୟ ନାବିକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories