Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Vigilance Scam: ୯.୨୪ କୋଟି ଟଙ୍କା ହେରଫେର ମାମଲାରେ ଆଉ ୩ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ର ପିଅନ କୁମୁଦ ସାହୁ। ଏହି ତିନି ଜଣଙ୍କୁ ଗିରଫ କରାଯିବା ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି।

ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା ଅନୁସାରେ, ଏହି ମାମଲାରେ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଆଉ ତିନି ଜଣଙ୍କ ଗିରଫଦାରୀ ପରେ ତଦନ୍ତ ଆହୁରି ଆଗକୁ ବଢ଼ିଛି।

ଗିରଫ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ସରକାରୀ ଅର୍ଥ ହେରଫେରରେ ସେମାନଙ୍କ ଭୂମିକା କ’ଣ ଥିଲା ଏବଂ ଏହି ଅର୍ଥ କିପରି ହସ୍ତାନ୍ତର ହୋଇଥିଲା, ସେ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରୁଛି। ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ହେରଫେରର ସମ୍ପୂର୍ଣ୍ଣ ପ୍ରକ୍ରିୟା କିପରି ଚାଲିଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories