Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ; ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ବାଲେଶ୍ବର: ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ବାହାନଗାବାସୀ। ସ୍କୁଲ ଗୃହରେ ରଖାଯାଇଥିଲା ମୃତଦେହ। ଯାହାକୁ ନେଇ ଅସନ୍ତୋଷ ଦେଖାଦେବା ପରେ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଜିଲ୍ଲାପାଳ। ଆଜି ବାହାନଗା ହାଇସ୍କୁଲ ଭଙ୍ଗାଚାଲିଥିବା ଜଣାପଡ଼ିଛି।

ତେବେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ । ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ । ୫ଟି ଉପକ୍ରମରେ ମଡେଲ ସ୍କୁଲ ଭାବେ ଗଢା ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାନଗା ହାଇସ୍କୁଲକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢାଯିବ।

ଗତକାଲି ଏ ପ୍ରସଙ୍ଗରେ ଆଲୋଚନା ପରେ ଆଜି ସ୍କୁଲ ଗୃହ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଆଉ କିଛି ଦିନ ପରେ ଖରାଛୁଟି ସରିବାକୁ ଯାଉଛି। ଖୁବ୍‌ଶୀଘ୍ର ଖୋଲିବ ସ୍କୁଲ। ମୃତଦେହ ରଖାଯାଇଥିବା ଗୃହ ପାଠ ପଢିବା ପାଇଁ ସଠିକ୍‌ ବାତାବରଣ ନୁହେଁ ବୋଲି ଅଭିଭାବକମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories