ତୀର୍ଥଯାତ୍ରା ଯାଇଥିବା ଶ୍ରଦ୍ଧାଳୁ ବିଭୁତି ଭୂଷଣ ପଣ୍ଡା ହୃଦଘାତ ରେ ମୃତ୍ୟୁ, ଅଞ୍ଚଳ ରେ ଶୋକାକୁଳ ପରିବେଶ।
କଳାହାଣ୍ଡି,୧୧/୦୧
କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ବିଭୁତି ଭୂଷଣ ପଣ୍ଡା (୬୦) ଗତ କିଛି ଦିନ ତଳେ ତୀର୍ଥଯାତ୍ରା ରେ ଉତ୍ତର ଭାରତ ଯାଇଥିବା ବେଳେ ଗତକାଲି ଶନିବାର ବଦ୍ରିନାଥ ଧାମ ଦର୍ଶନ କରି ଫେରୁଥିବା ସମୟରେ ହଠାତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲା, ଉତ୍ତର ପ୍ରଦେଶ ମେରଟ ନିକଟସ୍ଥ ଏକ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଥିବା ବେଳେ ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସେଠାରୁ ଏକ ଆମ୍ବୁଲାନ୍ସ ରେ ତାଙ୍କ ପାର୍ଥିବ ମର ଶରୀର ଗାଁ କୁ ଆସୁଥିବା ଜଣାପଡିଛି। ତେବେ ଜଣେ ଧର୍ମ ପରାୟଣ, ମେଳାପୀ,ପରୋପକାରୀ ସ୍ଵଭାବ ର ବ୍ୟକ୍ତି ଥିଲେ।ତାଙ୍କ ପୁଅ ବିକାଶ ରଞ୍ଜନ ଓ ବିଶ୍ୱ ରଞ୍ଜନ ପଣ୍ଡା ସମେତ ପରିବାର ବର୍ଗ, ଜ୍ଞାତି କୁଟୁମ୍ବ ବଡ଼ କେନ୍ଦୁଗୁଡା ଗ୍ରାମବାସୀ ତାଙ୍କ ଏହି ଦୁଃଖଦ ବିୟୋଗ ଅଞ୍ଚଳ ରେ ଶୋକ ପ୍ରକାଶ ପାଇଛି।

