ସେବା ସଂକଳ୍ପ ଅଭିଯାନ ରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ, ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ।
କଳାହାଣ୍ଡି,୦୯/୧୦
ରାଜ୍ୟ ସରକାରଙ୍କ ପକ୍ଷରୁ ସେବା ସଂକଳ୍ପ ସପ୍ତାହ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦିର୍ଘ ଏକ ମାସ ଧରି ସାରା ରାଜ୍ୟରେ ଜାରି ରହିଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ଙ୍କୁ ବିଭିନ୍ନ ଯୋଜନା ରେ ସରକାରୀ ସହାୟତା ପ୍ରଦାନ କରାଯାଇଛି।
କୋକସରା ବ୍ଲକ ସଭାଗୃହ ରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ସଂକଳ୍ପ ଅଭିଯାନ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଉପସ୍ଥିତ ହିତାଧିକାରୀ ଙ୍କୁ ସୂଚନା ଓ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ଡାକ୍ତର ତତ୍ୱଦର୍ଶୀ ଦାସ, ସହକାରୀ ଯନ୍ତ୍ରୀ ଉପସ୍ଥିତ ରହି ୨୨ ପଞ୍ଚାୟତ ରୁ ଆସିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରିଥିଲେ। ଏଥିରେ ୨୦ ଜଣ ହିତାଧିକାରୀ ଙ୍କୁ ଭତ୍ତା, ୫ ହିତାଧିକାରୀ ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ, ୨୦ ଟି ବିଦ୍ୟାଳୟ କୁ ଜମିପଟ୍ଟା, ବସୁନ୍ଧରା ଯୋଜନାରେ ୨୦ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା, ଅନ୍ତ୍ୟୋଦୟ ଯୋଜନାରେ ୫ ଜଣଙ୍କୁ ପ୍ରୋତ୍ସାହନ ରାଶି ଏବଂ ୨୦ ଜଣଙ୍କୁ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଜିପିଡ଼ିଓ ମିଳୁ ପ୍ରଧାନୀ ମଞ୍ଚ ସଂଯୋଜନା ସହ ପରିଚାଳନା କରିଥିଲେ।

