କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ, ୧୦ ଘଣ୍ଟା ଧରି ଯାତାୟାତ ଠପ।
କଳାହାଣ୍ଡି,୦୮/୧୦
ଭାରତୀୟ ଜାତୀୟ କଂଗ୍ରେସ ର ଆହ୍ୱାନ ରେ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶାସନ ରେ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଗୁରୁବାର କଂଗ୍ରେସ ଓ ସମର୍ଥକ ଇଣ୍ଡି ମେଣ୍ଟ ଦଳ ପକ୍ଷରୁ ଓଡିଶା ରେ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଦାବି ମଧ୍ୟରେ ଏମଏମଡିଆର ପ୍ରତ୍ୟାହୃତ,ଜ୍ଞାନେଶ କୁମାର ଇସ୍ତଫା ଦାବି,ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତାଫା, ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ ସହାୟତା ଆଦି ଦାବିରେ କୋକସରା ବ୍ଲକ କଂଗ୍ରେସ ପକ୍ଷରୁ କୋକସରା ବ୍ଲକ କଂଗ୍ରେସ ଦଳ ସଭାପତି ଲକ୍ଷ୍ମଣ ଶବର ଙ୍କ ନେତୃତ୍ୱରେ କୋକସରା ଜାତୀୟ ରାଜପଥ ୨୬ ଥାନା ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳ ୬ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ଦିର୍ଘ ୧୦ ଘଣ୍ଟା ଧରି ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ହୋଇଥିଲା।ରାସ୍ତାରେ ଅନେକ ଦୂରଗାମୀ ଯାତ୍ରୀବାହୀ ବସ ସମେତ ଶତାଧିକ ଟ୍ରକ ଓ ଭାରିଯାନ ଅଟକି ରହିଥିଲା।କଂଗ୍ରେସ କର୍ମକର୍ତ୍ତା ଙ୍କ ପକ୍ଷରୁ ପିକେଟିଂ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର କୁ ବନ୍ଦ କରା ଯାଇଥିଲା। ଏହି ଆନ୍ଦୋଳନ ରେ ବ୍ଲକ କଂଗ୍ରେସ ର ଉପ ସଭାପତି ଟିକିଚନ୍ଦ୍ର ଧଙ୍ଗଡା ମାଝୀ,ପୂର୍ବତନ ସଭାପତି ଘନଶ୍ୟାମ ଜାଲ,ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ,ନିମାଇଁ ଚରଣ ଧଙ୍ଗଡା ମାଝୀ,ଅରୁଣ ମାଝୀ, ପରମେ ଶଗଡିଆ,ଧନେଶ୍ୱର ମହାନନ୍ଦ,ନକୁଳ ବାରିକ,ପରାସର ବେମାଲ, ଅଜୟ ପଣ୍ଡା, କୃପାସିନ୍ଧୁ ବାଗ,ଘନଶ୍ୟାମ ନାଏକ,ବନମାଳୀ ପାଣିଗ୍ରାହୀ, ବିଦ୍ୟାଧର ଶବର,ଦୀପ ସୁନ୍ଦର ଶବର,ଲିଟୁ ମହାନନ୍ଦ, ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରି, ଗୀତାଞ୍ଜଳି ଗୋପାଳ,ସବିତା ଗୋପାଳ ସମେତ ଶତାଧିକ କଂଗ୍ରେସ ର ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସଫଳ ବନ୍ଦ ପାଳନ ରେ ସହଯୋଗ କରିଥିଲେ। କୋକସରା ପୋଲିସ ପକ୍ଷରୁ ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ ଙ୍କ ନେତୃତ୍ୱରେ ପୋଲିସ ଟିମ ବନ୍ଦ ଡାକରା ଆନ୍ଦୋଳନ ଉପରେ ସତର୍କ ଦୃଷ୍ଟି ରଖିଥିଲେ।

