Riyadh Airport Attack: ସାଉଦି ଆରବରେ ମିସାଇଲ୍ ଆକ୍ରମଣରେ ହାଇଦ୍ରାବାଦର ଆହତ ଯୁବକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସାଉଦି ଆରବର ରିୟାଦସ୍ଥିତ କିଙ୍ଗ ଖାଲିଦ ବିମାନବନ୍ଦରରେ ମିସାଇଲ୍ ଆକ୍ରମଣରେ ଆହତ ହୋଇଥିବା ହାଇଦ୍ରାବାଦର ମହମ୍ମଦ ୟୁସୁଫ ଅଲୀଙ୍କ ରବିବାର ମୃତ୍ୟୁ ହୋଇଛି। ଅକ୍ଟୋବର ୧୦ରେ ଘଟିଥିବା ଏହି ଆକ୍ରମଣ ସମୟରେ ସେ ଉମରାହ ଯାତ୍ରା ପାଇଁ ମଦିନା ଯାଉଥିଲେ। ଆକ୍ରମଣରେ ଆହତ ହେବା ପରେ ତାଙ୍କର ଚିକିତ୍ସା ଚାଲିଥିଲା।
ଏହି ଘଟଣାରେ ୟୁସୁଫଙ୍କ ଦୁଇ ପୁଅ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପତ୍ନୀ ଓ ଝିଅ ସୁରକ୍ଷିତ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି।
ରିୟାଦସ୍ଥିତ ଭାରତୀୟ ଦୂତାବାସ ୟୁସୁଫଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛି। ଏହା ସହ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଏବଂ ମୃତଦେହ ଭାରତକୁ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥାରେ ଦୂତାବାସ ସହଯୋଗ କରୁଛି।

