Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood: ବୁଢ଼ୀଗଣ୍ଡକୀ ନଦୀରେ ଭୟଙ୍କର ବନ୍ୟା, ୪୫ ଘର ଧ୍ୱଂସ; ୫ ଜଣ ନିଖୋଜ

ନେପାଳ: ନେପାଳର ବୁଢ଼ୀଗଣ୍ଡକୀ ନଦୀରେ ହଠାତ୍‌ ବନ୍ୟା ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ୪୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଆଉ ୨୭ଟି ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ୫ ଜଣ ନିଖୋଜ ଥିବା ସୂଚନା ମିଳିଛି। ତେବେ ପୂର୍ବରୁ ସତର୍କ ସୂଚନା ମିଳିଥିବାରୁ ନଦୀକୂଳରେ ରହୁଥିବା ଅନେକ ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।

ବନ୍ୟାରେ ଦୁଇଟି ପକ୍କା ପୋଲ, ଗୋଟିଏ ବେଲି ବ୍ରିଜ୍‌ ଏବଂ ଦୁଇଟି ଝୁଲା ପୋଲ ଭାସିଯାଇଛି। ଏହାସହ ତିନୋଟି ଗାଡ଼ି ମଧ୍ୟ ବନ୍ୟାଜଳରେ ଭାସିଯାଇଥିବା ବେଳେ ଚାରିଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରଭାବିତ ହୋଇଛି। ପୋଲ ଓ ରାସ୍ତା କ୍ଷତିଗ୍ରସ୍ତ ହେବାରୁ ଅଞ୍ଚଳରେ ଯାତାୟାତ ଏବଂ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।

ଏହି ବିପର୍ଯ୍ୟୟ ସମୟରେ ୯ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୮୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପଟେ, ନିଖୋଜ ଲୋକଙ୍କ ସନ୍ଧାନ ଏବଂ କ୍ଷୟକ୍ଷତିର ଆକଳନ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories