Sanjay Dutt Praises Anupriya Nagar: ୨୧ ବର୍ଷୀୟ ପ୍ରଯୋଜିକା ଅନୁପ୍ରିୟାଙ୍କୁ ସଞ୍ଜୟ ଦତ୍ତଙ୍କ ପ୍ରଶଂସା,ଆଗାମୀ ଫିଲ୍ମ ପାଇଁ ଦେଲେ ସମର୍ଥନର ଭରସା
ମୁମ୍ବାଇ : ୨୧ ବର୍ଷୀୟ ଫିଲ୍ମ ପ୍ରଯୋଜିକା ଅନୁପ୍ରିୟା ନଗରଙ୍କ ପାଇଁ ଅଭିନେତା ସଞ୍ଜୟ ଦତ୍ତ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ତାଙ୍କ ପ୍ରଯୋଜିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍ରେ ସଫଳତା ପାଇବା ପରେ ସଞ୍ଜୟ ଦତ୍ତ ସୋସିଆଲ୍ ମିଡିଆରେ ତାଙ୍କୁ ପ୍ରଶଂସା କରିଛନ୍ତି। ଫିଲ୍ମଟି ଆରମ୍ଭରେ କମ୍ ଆୟ କରିଥିଲେ ମଧ୍ୟ ପରେ ଦେଶର ବିଭିନ୍ନ ଅଞ୍ଚଳର ଦର୍ଶକଙ୍କ ଆକର୍ଷଣ ହାସଲ କରିଥିବା କୁହାଯାଇଛି।
ସଞ୍ଜୟ ଦତ୍ତ ଇନ୍ଷ୍ଟାଗ୍ରାମ୍ରେ ଅନୁପ୍ରିୟାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଜଣେ ଯୁବ ପ୍ରଯୋଜିକା ଭାବେ ‘ହନୁମାନ ଅଂଶ’ ଫିଲ୍ମ ଉପରେ ଭରସା ରଖି ଏହାକୁ ସମର୍ଥନ ଦେଇଥିବାରୁ ସେ ଅନୁପ୍ରିୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫିଲ୍ମର ସଫଳତା ତାଙ୍କ ପ୍ରଯୋଜନା କାର୍ଯ୍ୟକୁ ନୂଆ ପରିଚୟ ଦେଇଛି ବୋଲି ସେ କହିଛନ୍ତି |
ଏହାସହ ସଞ୍ଜୟ ଦତ୍ତ ଅନୁପ୍ରିୟାଙ୍କ ଆଗାମୀ ଫିଲ୍ମ ପ୍ରକଳ୍ପଗୁଡ଼ିକ ପାଇଁ ମଧ୍ୟ ନିଜର ସମର୍ଥନ ରହିବ ବୋଲି ଭରସା ଦେଇଛନ୍ତି। ଏହି ବାର୍ତ୍ତା ଅନୁପ୍ରିୟାଙ୍କ ପାଇଁ ଉତ୍ସାହ ବଢ଼ାଇବା ସହ ଫିଲ୍ମ ଜଗତରେ ତାଙ୍କ ଆଗାମୀ ଯାତ୍ରାକୁ ନେଇ ଆଗ୍ରହ ସୃଷ୍ଟି କରିଛି।

