Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲୀ ଘୁଷୁଡ଼ି କାମୁଡ଼ାରେ ଯୁବକ ଗୁରୁତର

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଦିନକୁ ଦିନ ଜଙ୍ଗଲୀ ଘୁଷୁରୀ ଙ୍କ ପାଦୁର୍ଭାବ ବଢିବା ରେ ଲାଗିଚି। ସନ୍ଧ୍ୟା ହେବା ମାତ୍ରେ ଶହ ଶହ ସଂଖ୍ୟାରେ ଜଙ୍ଗଲୀ ଘୁଷୁରୀ,,ଦଳ ଦଳ ହୋଇ ଆସି ଧାନ କିଆରି, ପନିପରିବା କିଆରି ସବୁ ଖାଇବା ସହିତ ଚାରଣ ଭୂମି, ଧାନ କ୍ଷେତ ଆଦି ଖୋଳି ତାଡି ନଷ୍ଟ କରିବା ଶହ ମରଣାତ୍ମକ ଆକ୍ରମଣ କରୁଛନ୍ତି l ଯାହା ଫଳରେ ଚାଷ କରିଥିବା ଚାଷୀ କ୍ଷତି ସହୁଥିବା ବେଳେ ଅନେକ ଚାଷୀ ଚାଷ ବନ୍ଦ କରି ଘରେ ବସିଛନ୍ତି । ସୋମବାର ସକାଳୁ ମୁଦୁଗଲ ଗ୍ରାମ ର ଜଣେ ଚାଷୀ ଶିବ ଚରଣ ଖଟୋଇ ବୟସ ୪୫ଗ୍ରାମ ନିକଟରେ ଥିବା ପାନ ବରଜ କୁ ଯିବା ସମୟ ରେ ସେହି ଜଙ୍ଗଲୀ ଘୁଷୁରୀ ଙ୍କ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇ ପଡିଥିଲେ। ଉକ୍ତ ଚାଷୀଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କର ଦୁଇ ହାତ ର ଆଙ୍ଗୁଠି କାମୁଡି ଛିଣ୍ଡେଇବା ସହିତ ଜଙ୍ଘ, ଦୁଇ ପାଦ କୁ କାମୁଡି ମାଂସ ଛିଣ୍ଡେଇ ଦେଇଥିବା ପରେ ପରିବାର ଲୋକ ତାଙ୍କୁ ସଂଗେ ସଂଗେ ଅସ୍ତରଙ୍ଗ ଓ ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘୁଷୁଡ଼ି ଆକ୍ରମଣ ରେ ଗୁରୁତର ଆହତ ହୋଇ ଥିବାରୁ ଅଧିକ ଚିକିତ୍ସା ଦରକାର ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ