Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

College Threat: ଛାତ୍ର ନିର୍ବାଚନ ପୂର୍ବରୁ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, କଲେଜ ଗେଟ୍‌ରେ ଲାଗିଲା ପୋଷ୍ଟର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କଲେଜ ଗେଟ୍‌ରେ ଏକ ଧଳା କପଡ଼ାରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇ ଲଗାଯାଇଥିବା ସୂଚନା ମିଳିଛି। ପ୍ରିନ୍ସିପାଲ ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଅଭିଯୋଗ କରି ତାଙ୍କୁ ନିର୍ବାଚନଠାରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ଦ୍ଦେଶ ନମାନିଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା କୁହାଯାଉଛି।

ତେବେ ପ୍ରିନ୍ସିପାଲ କେଉଁ ଦଳକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି ଏବଂ ଧମକପୂର୍ଣ୍ଣ ପୋଷ୍ଟର କିଏ ଲଗାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କଲେଜ ପରିସରରେ ଚିନ୍ତା ବଢ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏଭଳି ଧମକ ଆସିବା ଘଟଣା କ୍ୟାମ୍ପସ୍‌ର ସୁରକ୍ଷା ଓ ନିର୍ବାଚନୀ ପରିବେଶକୁ ନେଇ ପ୍ରଶ୍ନ ଉଠାଇଛି।

ଅନ୍ୟପଟେ, ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀମାନେ ନିର୍ବାଚନରେ ଭାଗ ନେବାର କାରଣ ଓ ଜିତିଲେ କଲେଜର ଉନ୍ନତି ପାଇଁ କ’ଣ କରିବେ, ସେ ସମ୍ପର୍କରେ ନିଜ ଯୋଜନା ଉପସ୍ଥାପନ କରିବେ। ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବାରୁ କ୍ୟାମ୍ପସ୍‌ରେ ନିର୍ବାଚନୀ ଉତ୍ସାହ ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories