Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Imran Khan Notice: ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନୋଟିସ୍‌, CECଙ୍କ ବିରୋଧରେ ପ୍ରଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମୁମ୍ବାଇରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ହୋଇଥିବା ଆରମ୍ଭ ହୋଇଥିବା ପ୍ରତିବାଦ ପରେ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ଭାରତ ଛାଡ଼ିବା ପାଇଁ ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି | ପୁଲିସ ସୂତ୍ରର ସୂଚନା ଅନୁସାରେ, ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଅଗଷ୍ଟ କ୍ରାନ୍ତି ମୈଦାନରେ ହୋଇଥିବା ଏହି ପ୍ରଦର୍ଶନରେ ସାମିଲ ହେବା ପରେ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲା।

ରିପୋର୍ଟ ଅନୁସାରେ, ଇମ୍ରାନ ଖାନ୍‌ଙ୍କ ବିରୋଧରେ ଇମିଗ୍ରେସନ୍‌ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଇଛି। ସେ ନୋଟିସ୍‌ର ନକଲ ଗ୍ରହଣ କରିଥିବା ମଧ୍ୟ କୁହାଯାଉଛି। ଏହି ପ୍ରଦର୍ଶନରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା। ପ୍ରଦର୍ଶନ ସମୟରେ ଅନେକ ଲୋକଙ୍କୁ ପୁଲିସ ଅଟକ ରଖିଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା।

ତେବେ ଇମ୍ରାନ ଖାନ୍‌ଙ୍କୁ ଦିଆଯାଇଥିବା ନୋଟିସ୍‌ର ଆଇନଗତ ଆଧାର ଓ ଏହା ପଛରେ ଥିବା ସମ୍ପୂର୍ଣ୍ଣ କାରଣ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେଣୁ ଏହି ଘଟଣାରେ ପୁଲିସର ପଦକ୍ଷେପ ଓ ନୋଟିସ୍‌ର ପରବର୍ତ୍ତୀ ପ୍ରଭାବ ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories