Odisha Governor Brij Mohan Ram: ବିବାଦ ପରେ ମନ୍ତବ୍ୟ ରଖିଲେ ନୂଆ ରାଜ୍ୟପାଳ, କହିଲେ- ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି କରିବି କାମ
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ କାମ କରିବେ ବୋଲି ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମ କହିଥିବା ଖବରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ସେ ଏହାକୁ ଖଣ୍ଡନ କରି କହିଥିଲେ ଯେ, ସେ ସମସ୍ତଙ୍କ ସହ ମିଶି କାମ କରିବା କଥା କହିଥିଲେ। ସେ ଆହୁରି ସ୍ପଷ୍ଟ କରିଥିଲେ ଯେ, ରାଜ୍ୟପାଳ ଭାବେ ସେ ସାମ୍ବିଧାନିକ ସୀମା ମଧ୍ୟରେ ରହି କାମ କରିବେ ଏବଂ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବେ ନାହିଁ।
ଓଡ଼ିଶାରେ ବିଜେପି ସଂଗଠନକୁ ମଜଭୁତ କରିବା ନେଇ ସେ ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ଉପରେ ରାଜ୍ୟପାଳ କହିଛନ୍ତି ଯେ ସେ ଏପରି କିଛି କହିନାହାନ୍ତି। ତାଙ୍କ କହିବା ଅନୁସାରେ, ସେ ସମସ୍ତଙ୍କ ସହ ମିଶି କାମ କରିବା କଥା କହିଥିଲେ। ଜଣେ ରାଜନେତା ଓ ଜଣେ ସାମ୍ବିଧାନିକ ପଦାଧିକାରୀଙ୍କ ଭୂମିକା ଭିନ୍ନ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ସେ ବର୍ତ୍ତମାନ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି କାମ କରିବେ। ତେବେ ଯେଉଁ ଦଳର ସେ ସଦସ୍ୟ ଥିଲେ, ସେହି ଦଳ ପ୍ରତି ତାଙ୍କର ଆନୁଗତ୍ୟ ଓ ଭଲପାଇବା ରହିବ ବୋଲି କହିଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ସେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

