Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Australian Navy Hidden Camera: ନୌସେନା ଜାହାଜରେ ଗୁପ୍ତ କ୍ୟାମେରା ମିଳିବା ପରେ ତଦନ୍ତ, ମହିଳା ନାବିକଙ୍କ ଗୋପନୀୟତା ନେଇ ଚିନ୍ତା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ଥିବା ରୟାଲ ଅଷ୍ଟ୍ରେଲିଆନ୍ ନେଭିର ଏକ ଜାହାଜରେ ଗୁପ୍ତ ଭାବେ ଭିଡିଓ ରେକର୍ଡିଂ କରୁଥିବା ଉପକରଣ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି। HMAS Leeuwin ନାମକ ଏହି ଜାହାଜର ଗୋଟିଏ କ୍ୟାବିନ୍‌ରୁ ରବିବାର ଉକ୍ତ ଉପକରଣ ମିଳିଥିବା ଅଷ୍ଟ୍ରେଲିଆନ୍ ଡିଫେନ୍ସ ଫୋର୍ସ (ADF) ବୁଧବାର ସ୍ପଷ୍ଟ କରିଛି। ଘଟଣାକୁ ନେଇ ସାମରିକ ପୋଲିସ ତଦନ୍ତ କରୁଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳା ନାବିକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଚିନ୍ତା ବଢ଼ିଛି। ଅଭିଯୋଗ ଅନୁସାରେ, ମହିଳା ନାବିକମାନେ ବ୍ୟବହାର କରୁଥିବା ସାୱାର ଓ ଗାଧୁଆ ସ୍ଥାନରେ ମଧ୍ୟ ଗୁପ୍ତ କ୍ୟାମେରା ମିଳିଥିବା ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ଏବଂ କେହି ଗୁପ୍ତ ଭାବେ ରେକର୍ଡିଂ କରିଥିଲେ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ୱାଧୀନ ସାଂସଦ ଜାକି ଲାମ୍ବି ଏହି ପ୍ରସଙ୍ଗକୁ ଅଷ୍ଟ୍ରେଲିଆ ସଂସଦରେ ଉଠାଇବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି। ପୂର୍ବତନ ସାମରିକ କର୍ମଚାରୀ ତଥା ପ୍ରତିରକ୍ଷା ପ୍ରସଙ୍ଗରେ ସକ୍ରିୟ ଲାମ୍ବି ମହିଳା ନାବିକଙ୍କ ବ୍ୟବହାରରେ ଥିବା ବ୍ୟକ୍ତିଗତ ସ୍ଥାନରେ ଗୁପ୍ତ କ୍ୟାମେରା ମିଳିଥିବା ଅଭିଯୋଗ ଉପରେ ଚିନ୍ତା ପ୍ରକାଶ କରିଥିଲେ। ତଦନ୍ତରେ ଉପକରଣଟି କିଏ ରଖିଥିଲା, ଏହାର ଉଦ୍ଦେଶ୍ୟ କ’ଣ ଥିଲା ଏବଂ କୌଣସି ଭିଡିଓ ରେକର୍ଡ ହୋଇଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories