Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଲ ରୁ ନିଆଁ ଲାଗି ବ୍ୟାପିଲା ଚାଳ ଘରକୁ ; ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ଛାରଖାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ନାରାୟଣ ପୁର ଗ୍ରାମରେ ବିଲରେ ନିଆଁ ଲାଗି ଚାହୁଁ ଚାହୁଁ ବ୍ୟାପିଲା ଗ୍ରାମର ମାଗିନିଆ ସାହୁ ଓ ତାଙ୍କ ଭଉଣୀ ଙ୍କ ଚାଳ ଘରକୁ l ନିଆଲlଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ଭଶ୍ମିଭୁତ ହୋଇ ଯାଇ ଥିବା ଜଣା ପଡିଛି l ସୂଚନା ମତେ କୌଣସି ଦୁର୍ବୁତ୍ତ ନାରାୟଣ ପୁର ଗ୍ରାମର ଚାଷ ଜମିରେ ନିଆଁ ଲଗାଇ ଦେଇଥିଲା l ଫଳରେ ଦିନ ଗୋଟାଏ ରେ ପ୍ରବଳ ଖରା ଓ ଝାଂଜି ପବନରେ ନିଆଁ ଗାଁ ମୁହାଁ ହୋଇ ମଗାନିଆ ସାହୁ ଓ ତାଙ୍କ ଭଉଣୀ ଙ୍କ ଘରେ ନିଆଁ ଲାଗି ଯାଇଥିଲା l ନିଆଁ ଲାଗିବାରୁ ଗାଁ ଲୋକ ନିଆଁ କୁ ଆୟତ୍ତ କରିବାକୁ ବହୁତ ଚେଷ୍ଟା ପରେ ବିଫଳ ହେବାରୁ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା। ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ହେଲେ ଏହି ଘର ପୋଡିରେ ଗରିବ ଚାଷୀ ମାଗିନିଆ ସାହୁ ଓ ତାଙ୍କ ଭଉଣୀ ଙ୍କ ଧାନ, ଚାଉଳ, ମୁଗ, କଂସା ବାସନ ଓ ଲୁଗାପଟା, ସାଇକେଲ ସହ ଲକ୍ଷାଧିକ୍ ଟଙ୍କାର ଘର କରନା ଆସବା ପତ୍ର, ଜିନିଷ ପତ୍ର ସବୁ ପୋଡି ନଷ୍ଟ ହୋଇ ଯାଇଥିଲl l ଚାଷୀ ମାଗିନିଆ ଜଣେ କ୍ଷୁଦ୍ର ଚାଷୀ ହୋଇଥିବାରୁ ଘର ର ସମସ୍ତ ଜିନିଷ ପତ୍ର ପୋଡି ଯାଇ ଥିବା ଦେଖି ଭାଙ୍ଗି ପଡିଛନ୍ତି l ଏଣୁ ଏତେ ବଡ଼ ଖରା ରେ ତାଙ୍କ ପରିବାର ରହିବା ପାଇଁ ଜରିପାଲ ଓ ଖାଇବା କୁ ସାହାଯ୍ୟ ଯୋଗାଇ ଦେବା ସହ ରହିବା ଶୋଇବା ପାଇଁ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଗ୍ରାମବାସୀ ଦାବୀ କରନ୍ତି ।‌ ପରେ ଖବର ପାଇ ରାଜସ୍ୱ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ସଙ୍ଗେ ସଙ୍ଗେ ଶୁଖିଲା ଖାଦ୍ୟ ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ