Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nayapalli Accident: ନୟାପଲ୍ଲୀରେ ମିଠା କିଣି ଫେରୁଥିବା ବେଳେ SUV ଧକ୍କା, ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ପୁଣି ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ସାମ୍ନାକୁ ଆସିଛି। ମିଠା କିଣି ରାସ୍ତା ପାର୍‌ ହେଉଥିବା ବେଳେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଏକ କଳା ରଙ୍ଗର SUV ଧକ୍କା ଦେଇ ଚାଲିଯାଇଛି। ଦୁର୍ଘଟଣାର CCTV ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଘଟଣାଟି ଚର୍ଚ୍ଚାରେ ରହିଛି।

ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତି ହେଉଛନ୍ତି ଭରତପୁର ସାଂପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଠା କିଣିବା ପରେ ସେ ରାସ୍ତା ପାର୍‌ ହେଉଥିବା ସମୟରେ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଚାଲିଯାଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ନୟାପଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ CCTV ଫୁଟେଜ୍‌ ଯାଞ୍ଚ କରି ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। ରାଜଧାନୀରେ ଲଗାତାର ସଡ଼କ ଦୁର୍ଘଟଣା ଓ ଧକ୍କା ଦେଇ ଫେରାର ହେବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories