Tiger Shroff Firing Incident: ଟାଇଗର ଶ୍ରଫ୍ଙ୍କ ହାତରେ ବାରୁଦ ଦାଗ, Gang War ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ
ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣା ପରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଡାହାଣ ହାତରେ ବାରୁଦ ଜନିତ ପୋଡ଼ା ଦାଗ ହୋଇଥିବା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ରବିବାର ଅଭିନେତାଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ପରେ ସିନ୍ଦେ ଏହି ସୂଚନା ଦେଇଥିଲେ। ଘଟଣାକୁ ଗୁରୁତର ବୋଲି ବର୍ଣ୍ଣନା କରି ସେ ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ସିନ୍ଦେଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟାରେ ଫୁଟ୍ବଲ୍ ଖେଳି ସାରି ଟାଇଗର ଶ୍ରଫ୍ ଫେରୁଥିବା ସମୟରେ ତାଙ୍କ ବିଏମ୍ଡବ୍ଲ୍ୟୁ କାର୍ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଯାଇଥିଲା। ଅଭିନେତା ଗୁଳିର ସିଧାସଳଖ ଆଘାତରୁ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଫିରଦୌସ ଏବଂ ଜଣେ ଅଟୋଚାଳକ ଆହତ ହୋଇଥିବା ସୂଚନା ମିଳିଛି।
ମୁମ୍ବାଇରେ କୌଣସି ଗ୍ୟାଙ୍ଗ୍ କିମ୍ବା ବ୍ୟକ୍ତିଙ୍କୁ ପୁଣିଥରେ ଗ୍ୟାଙ୍ଗ୍ୱାର୍ ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ସିନ୍ଦେ କହିଛନ୍ତି। ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

