Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Trump on France Riots: “Paris ଖୁବ୍‌ଶୀଘ୍ର Muslim City ହେବ” କହି Macronଙ୍କ ଇମିଗ୍ରେସନ୍ ନୀତିକୁ ଟାର୍ଗେଟ୍

ଫ୍ରାନ୍ସରେ ହିଂସାତ୍ମକ ପ୍ରଦର୍ଶନ ଓ ଦଙ୍ଗାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‌ଙ୍କ ଇମିଗ୍ରେସନ୍ ନୀତିକୁ ଦାୟୀ କରିଛନ୍ତି। ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି, “ପ୍ୟାରିସ୍ ଖୁବ୍‌ଶୀଘ୍ର ଏକ ମୁସଲିମ୍ ସହର ହେବ।” ଅଧିକ ସଂଖ୍ୟାରେ ପ୍ରବାସୀଙ୍କୁ ଫ୍ରାନ୍ସରେ ପ୍ରବେଶ ଅନୁମତି ଦେବା ଏକ ବଡ଼ ଭୁଲ୍ ବୋଲି ସେ ଦାବି କରିଛନ୍ତି। ମାକ୍ରନ୍‌ଙ୍କୁ ବନ୍ଧୁ ବୋଲି କହିବା ସହ ଇମିଗ୍ରେସନ୍ ନୀତି ନେଇ ସେ ବହୁ ପୂର୍ବରୁ ଚେତାବନୀ ଦେଇଥିବା ଟ୍ରମ୍ପ କହିଛନ୍ତି।

ଫ୍ରାନ୍ସରେ ସପ୍ତାହାନ୍ତରେ ହୋଇଥିବା ଦଙ୍ଗା, ଲୁଟ୍‌ପାଟ୍ ଓ ପୁଲିସ ସହ ସଂଘର୍ଷ ପରେ ପ୍ୟାରିସ୍‌, ଲିଲ୍‌ ଓ ନିସ୍‌ ସମେତ ବିଭିନ୍ନ ସହରରେ ଆଂଶିକ କର୍ଫ୍ୟୁ ଓ ସମାବେଶ ଉପରେ କଟକଣା ଲାଗୁ ହୋଇଛି। ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ ଅନୁସାରେ, ହିଂସା ଘଟଣାରେ ପ୍ରାୟ ୨,୪୦୦ ଜଣ ଗିରଫ ହୋଇଥିବାବେଳେ ପ୍ରାୟ ୧,୦୦୦ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସାରେ ପ୍ରାୟ ୩,୦୦୦ ଦୋକାନ ପ୍ରଭାବିତ ହୋଇଥିବା ବ୍ୟବସାୟୀ ସଂଗଠନ କହିଛି। ପ୍ରଧାନମନ୍ତ୍ରୀ ସେବାସ୍ତିଆନ୍ ଲେକର୍ନୁ ଆଇନଶୃଙ୍ଖଳା ଫେରାଇ ଆଣିବାକୁ ଦୃଢ଼ ସଂକଳ୍ପ ପ୍ରକାଶ କରିଥିବାବେଳେ ଆବଶ୍ୟକ ହେଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ବିକଳ୍ପ ଖୋଲା ରଖିଛନ୍ତି।

ଅନ୍ୟପଟେ, ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ହିଂସା ଓ ଧ୍ୱଂସକାଣ୍ଡକୁ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଅଭିଯୋଗ ଓ ହିଂସାରେ ସାମିଲ ଲୋକଙ୍କ କାର୍ଯ୍ୟକଳାପକୁ ଏକାଠି କରି ଦେଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସରକାରୀ କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ସ୍ଥାନୀୟ ପ୍ରଶାସନକୁ ପ୍ରଦର୍ଶନ ବନ୍ଦ କରିବାର କ୍ଷମତା ଦିଆଯିବ ବୋଲି ମାକ୍ରନ୍ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ