Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶାଗଜୁରୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ; ଲୋକେ ଭୟଭୀତ,ଫାଟିଲା କଙ୍କ୍ରିଟ୍ ରାସ୍ତା ସାଙ୍ଗକୁ ଘରକାନ୍ଥ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତର ସାଗଜୁରୀ ଗ୍ରାମରେ ଭୂମିକମ୍ପ ଅନୁଭୁତ ହୋଇଥିବା ଜଣା ପଡିଛି।ଭୂମିକମ୍ପ ପ୍ରଭାବରେ ପ୍ରଚଣ୍ଡ ଶଦ୍ଦ ହୋଇ ଗ୍ରାମର କଂକ୍ରିଟ ରାସ୍ତା ଫାଟି ଯାଇଛି। ଫଳରେ ଲୋକେ ଭୟଭିତ ହୋଇପଡିଛନ୍ତି । ସାଗଜୁରୀ ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଘଣ୍ଟା ୨୦ ମିନିଟ ସମୟରେ ହଠାତ ବହୁତ ଯୋରରେ ଶଦ୍ଦ ହେବାସହ ଗାଁ ରାସ୍ତା ଫାଟିଯାଇଥିଲା । ଗାଁ ମଝିରାସ୍ତା ପାଖାପାଖି ୫୦ ମିଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ରେ ଫାଟଦେଇଛିା । ଶଦ୍ଦ ସହ କମ୍ପନ ମଧ୍ୟ ହୋଇଥିଲା । ଯାହା ଫଳରେ ପାଖରେ ଥିବା ଘରର କଂସା ବାସନ ଶଦ୍ଦହେବା ସହ ପଡିଯାଇଥିବା ଗାଁ ଲୋକେ କହନ୍ତି । ସେହିଭଳି ଗାଁର ସଂଜୀବ ସେଠୀଙ୍କ ଘର କାନ୍ଥରେ ମଧ୍ୟ ଫାଟ ଦେଇଥିବା ଜଣାପଡିଛି । ଘରେ ଥିବା ଚୌକି ଟେବୁଲ ହଲିଥିବା ଲୋକେ କହୁଥିବାବେଳେ ଘଟଣା ସମୟରେ ଲୋକେ ଭୟଭିତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ତେବେ କାହିଁକି ଏଭଳି ହେଲା ତାହା ଜଣାପଡି ନଥିଲେ ହେଁ ଗାଁରେ ନିର୍ମାଣ ହୋଇଥିବା ୧୦ ଇଞ୍ଚର କଂକ୍ରିଟ ରାସ୍ତାରେ ଏବେ ଫାଟ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣାପରେ ଗ୍ରାମବାସୀ ଭୟଭିତ ଥିବା ଜଣାପଡିଛି । ବୀରମହାରାଜପୁର ଅଂଚଳରେ ଏଭଳି ଘଟଣା ଯୋଗୁଁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।