Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ଵ ମଙ୍ଗଳା ଙ୍କ ବାର୍ଷିକ ଦଶରା ଓ ଛତର ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।

କଳାହାଣ୍ଡି,୨୦/୧୦
(ଅପୁତ୍ରିକ ଙ୍କୁ ବନ୍ଧ୍ୟାଦୋଷ ରୁ ମୁକ୍ତି ଦିଅନ୍ତି ମା ସର୍ଵ ମଙ୍ଗଳା)
ସେ ହେଉଛନ୍ତି ଜଗତ ଜନନୀ ମା ଦୁର୍ଗା, ପାର୍ବଣ ଋତୁ ରେ ଧରାପୃଷ୍ଠ କୁ ଅବତରଣ କରି ବିଭିନ୍ନ ସ୍ଥାନରେ ଅନେକ ନାମରେ ପୂଜିତ ହେଉଛନ୍ତି ମା ଦଶଭୁଜା ଜଗତ କଲ୍ୟାଣି ମା ଦୁର୍ଗା। ପାର୍ବଣ ଋତୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବେଶରେ ପୂଜା ମଣ୍ଡପ ରେ ମା ପୂଜା ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଠାରେ ମା ସର୍ବ ମଙ୍ଗଳା ପ୍ରତିବର୍ଷ ଦଶରା ତିଥିରେ ଅଷ୍ଟମୀ ଦିନ ଛତର ରୂପରେ ଦର୍ଶନ ଦିଅନ୍ତି। ମା ଙ୍କ ଶକ୍ତିପୀଠ ର ମହିମା ହେଉଛି ଦେବୀ ଙ୍କ ଅନ୍ୟ ଛତର ଯାତ୍ରାରେ ଶକ୍ତିପୀଠ ରେ ପୀଠରେ ପଶୁପକ୍ଷୀ ବଳି ପଡୁଥିବା ବେଳେ ମା ସର୍ଵ ମଙ୍ଗଳା ଙ୍କୁ କେବଳ ଶୁକ୍ଲ ଭୋଗ ଦେଇ ଆଶୀର୍ବାଦ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ।
ମଙ୍ଗଳବାର ସକାଳୁ ଦେବୀ ଙ୍କ ଛତର ଯାତ୍ରା ପାଇଁ ଚଲ ଚଞ୍ଚଳ ହୋଇ ପଡ଼ିଥିଲା ଚିଲିଗୁଡା ଗ୍ରାମ। ଚିଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ସର୍ଵ ମଙ୍ଗଳା, ମା ଙ୍କ ଅପାର କରୁଣା ରୁ ଏହି ଅଞ୍ଚଳ ରେ ସୁଖ ସମୃଦ୍ଧି ରେ କେବେ ଉଣା ହୋଇନାହିଁ।ଯିଏ ମା ଙ୍କ ନିକଟରେ ଯାହା ବି ଅଲି କରେ ତାହା ନିଶ୍ଚୟ ଫଳପ୍ରଦ ହୁଏ ବୋଳି ସର୍ଵ ମାନ୍ୟତା ରହିଛି। ମା ଙ୍କ ଅନ୍ୟ ଏକ ମହିମା ହେଉଛି ଯେଉଁ ବିବାହିତା ମହିଳା ମାନେ ବିବାହ ର ଦୀର୍ଘବର୍ଷ ପରେ ମଧ୍ୟ ସନ୍ତାନ ସୁଖ ରୁ ବଞ୍ଚିତ ରହିଥାନ୍ତି, ମା ସର୍ଵ ମଙ୍ଗଳା ଙ୍କ ନିକଟରେ ଅଧିଆ ପଡି ମାନସିକ କରି ନିଷ୍ଠାର ସହ ବ୍ରତ ପାଳନ କଲେ ସନ୍ତାନ ପ୍ରାପ୍ତି ସୁଖ ଅବଶ୍ୟ ପ୍ରଦାନ ହୋଇଥାଏ ବୋଳି ମାନ୍ୟତା ରହିଛି। ଏଥିପାଇଁ ବର୍ଷ ସାରା ପ୍ରତି ମଙ୍ଗଳବାର ଦିନ ମା ଙ୍କ ମନ୍ଦିର ରେ ଅନେକ ମହିଳା ଶ୍ରଦ୍ଧାଳୁ ମାନେ ନିଜର ଦୁଖଃ ଜଣାଇବା ସହ ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି।
ମା ସର୍ଵ ମଙ୍ଗଳା ଙ୍କ ବାର୍ଷିକ ଛତର ଯାତ୍ରା ପ୍ରତିବର୍ଷ ଦଶରା ଅଷ୍ଟମୀ ତିଥିରେ ମହା ଆଡମ୍ବରରେ ପାଳିତ ହୋଇ ଆସୁଛି।
ଆଜି ମା ଙ୍କ ଛତର ଯାତ୍ରା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ମା ସର୍ଵ ମଙ୍ଗଳା ଙ୍କ ଛତର କୁ ପୂଜାର୍ଚ୍ଚନା କରି ମୁଖ୍ୟ ମନ୍ଦିର ଅଭିମୁଖେ ବାହାର କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ସମେତ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।ଦୀର୍ଘବର୍ଷ ପରମ୍ପରା ଅନୁଯାୟୀ ମା ଙ୍କ ଛତର ପ୍ରତିମା କୁ ଗୁପ୍ତ ଭାବେ ଛତର ଯାତ୍ରା ର ପୂର୍ବ ନିଶା ରାତିରେ ଗାଁ ଗଉନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘର କୁ ନିଆଯାଏ କିନ୍ତୁ ଚଳିତ ବର୍ଷ ପରମ୍ପରା ରେ ବ୍ୟତିକ୍ରମ ଦେଖାଦେଇଛି,ଗୌନ୍ତିଆ ଙ୍କ ପରିବାର ଅଛୁଆ ଥିବାରୁ ମୁଡ୍ରା ନଦୀ କୁଳରେ ଥିବା ବିହନଛିନା ଗୁଡି ରୁ ଦେବୀ ଙ୍କ ଛତର ବାହାରିଥିଲେ। ପୂଜକ ଦେବୀ ଙ୍କ ପ୍ରତିମା କୁ ଧାରଣ କରି ହଜାର ହଜାର ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଦଳ ର ବିରାଟ ପଟୁଆର ରେ ନଗର ପରିକ୍ରମା କରି ମୁଖ୍ୟ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟରେ ରାସ୍ତା ର ଉଭୟ ପାର୍ଶ୍ଵରେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ରେ ମା ଙ୍କୁ ପୂଜାର୍ଚ୍ଚନା କରି ନିଜର ପରିବାର ର ମଙ୍ଗଳ କାମନା କରିଥିଲେ।
ମା ସର୍ଵ ମଙ୍ଗଳା ଙ୍କ ଛତର ଯାତ୍ରା ର ଅନ୍ୟ ଏକ ବିଶେଷ୍ୟତ୍ୱ ହେଉଛି ମା ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ରେ ହଜାର ହଜାର ପଶୁପକ୍ଷୀ ବଳି ପଡୁଥିବା ବେଳେ ମା ସର୍ଵ ମଙ୍ଗଳା ଙ୍କ ଛତର ଯାତ୍ରା ରେ ଶ୍ରଦ୍ଧାଳୁ ମାନେ କେବଳ ଶୁକ୍ଲ ଭୋଗ ରେ ମା ଙ୍କୁ ରାସ୍ତା ଦୁଇ କଡ ରେ ଧୂପ ଦୀପ, ମନ୍ଦାର ଫୁଲ, ମୁଆଁ, ନଡିଆ କଦଳୀ ଦେଇ ପୂଜାର୍ଚ୍ଚନା କରି ନିଜ ପରିବାର ର ମଙ୍ଗଳକାମନା ପାଇଁ ଗୁହାରି ଜଣାଇଥାନ୍ତି। ମୁଖ୍ୟ ମନ୍ଦିର କୁ ଦେବୀ ପ୍ରତ୍ୟାବର୍ତ୍ତନ କଲାପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି।
ମା ସର୍ଵ ମଙ୍ଗଳା ପୂଜା କମିଟି ପକ୍ଷରୁ ସଭାପତି ପ୍ରଶାନ୍ତ ସିଂ, ସମ୍ପାଦକ ଅଭିମନ୍ୟୁ ଗୋପାଳ, ମୁଖ୍ୟ ପୂଜକ ମନଧର ପୁଝାରି, ଉପ ସଭାପତି ଦୈତାରୀ ବାରିକ, ସହ ସମ୍ପାଦକ ରଜନୀ କାନ୍ତ ପଣ୍ଡା, ଉପଦେଷ୍ଟା ଉତ୍ତମ କୁମାର ପଣ୍ଡା, ରାଧେଶ୍ୟାମ ବାରିକ, ସୁଧୀର ନିଆଳ,ଲିଙ୍ଗରାଜ ନିଆଳ,ଧର୍ମୁ ନାଗ, ମୁକ୍ତେଶ୍ଵର ନାଗ,ବଂଶୀଧର ବାଗ,ଅରୁଣ କୁମାର ସିଂ, ଜିତେନ୍ଦ୍ର ନିଆଳ ସମେତ ଚିଲିଗୁଡା ଗ୍ରାମବାସୀ ମାନେ ଛତର ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।କୋକସରା ଥାନା ପୋଲିସ ପକ୍ଷରୁ ସୁରକ୍ଷା ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ଛତର ଯାତ୍ରା ରେ ସାମିଲ ହୋଇ ମା ଙ୍କ ଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ