ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକଙ୍କ ମନ ଜିଣିଲେ ଜୁନାଗଡ଼ ବିଧାୟକ।
କଳାହାଣ୍ଡି,୨୧/୧୦
ଆଜି ପଵିତ୍ର ବିଜୟା ଦଶମୀ ଅସତ୍ୟ ଉପରେ ସତ୍ୟ ର ବିଜୟ ଯାତ୍ରା, ଶାରଦୀୟ ଦୁର୍ଗାପୂଜା ରେ ଉତ୍ସଵ ମୁଖର ସମସ୍ତ ଦେବୀପୀଠ। ମଙ୍ଗଳବାର ରାତିରେ କୋକସରା ବ୍ଲକ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁର୍ଗା ପୂଜା କମିଟି ସଭାପତି କ୍ଷୀରସିନ୍ଧୁ ନେଗି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ନିଜର ଅଭିଭାଷଣ ରେ କଳାହାଣ୍ଡି ହେଉଛି ଶକ୍ତିପୀଠ ର କେନ୍ଦ୍ରସ୍ଥଳ, କଳାହାଣ୍ଡି ର ଆରାଧ୍ୟ ଦେବୀ ମା ମାଣିକେଶ୍ୱରୀ, ଜୁନାଗଡ଼ ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀ,ମା ଠାକୁରାଣୀ, ଦେବାଦେବୀ ଙ୍କ ମାମୁଁ ଭାବେ ପରିଗଣିତ ଆମପାଣି ଶକ୍ତିପୀଠ ର ପ୍ରଭୁ ବୁଢ଼ାରଜା ଙ୍କ କିମ୍ବଦନ୍ତୀ କଥା କୁ କଳାହାଣ୍ଡିଆ ଶୈଳି ରେ ବିଭିନ୍ନ ଉପମା ଦେଇ ଭିନ୍ନ ଢଙ୍ଗ ରେ ଉପସ୍ଥାପନ କରି ଉପସ୍ଥିତ ଦର୍ଶକ ଙ୍କ ମନ କୁ ବିମୋହିତ କରିଥିଲେ। ଏହି ଅବସରରେ ଅନ୍ୟ ଅତିଥି ଙ୍କ ମଧ୍ୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଡାକ୍ତର ଲକ୍ଷ୍ମଣ ବାଗ, ଅଧିକ୍ଷଣ ଯନ୍ତ୍ରୀ ଆକାଶ ଗୁପ୍ତା, ଜିଲ୍ଲା ସରପଞ୍ଚ ସଙ୍ଘ ଉପ ସଭାପତି ତାରା ପ୍ରସାଦ ରାୟଗୁରୁ ମଞ୍ଚ ରେ ଉପସ୍ଥିତ ରହି କୋକସରା ଅଞ୍ଚଳବାସୀ ଙ୍କୁ ଶାରଦୀୟ ଦୁର୍ଗାପୂଜା ର ଶୁଭେଚ୍ଛା ଜଣାଇଥିଲେ। ମଞ୍ଚ ସଂଯୋଜନା ରେ କୁସୁମଖୁଣ୍ଟି ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ସୁନ୍ଦର ଶବ୍ଦ ଅଳଙ୍କାର ରେ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଦୁର୍ଗା ପୂଜା କମିଟିର ସଭାପତି କ୍ଷୀରସିନ୍ଧୁ ନେଗି ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଘଣ୍ଟିଗୁଡା ଦଳ ପ୍ରଥମ,ଅନ୍ତର୍ଲା ଦଳ ଦ୍ୱିତୀୟ ଓ ପର୍ଲା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା ରେ ବିଚାରକ ଭାବେ ତ୍ରିଦଶ ନାଏକ,ସଦାନନ୍ଦ ବାଗ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ,ତୋଫାନ ମାଝୀ,ସମେତ ସୁନୀଲ ପ୍ରଧାନୀ, ପନଙ୍ଗ ନାରାୟଣ ପଟ୍ଟନାୟକ,ସୁବାଷ ବାଗ, ଚିତ୍ତ ରଞ୍ଜନ ଠାକୁର,ବନମାଳୀ ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ। ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

