Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିପଲଝାପର ଗ୍ରାମସଭା ପକ୍ଷରୁ ଶ୍ରମଜୀବୀ କେନ୍ଦୁପତ୍ର ତୋଳାଳି ମହିଳା ଙ୍କୁ ଙ୍କୁ ଶାଢ଼ି ବଣ୍ଟନ ।

କଳାହାଣ୍ଡି,୨୧/୧୦
କେନ୍ଦୁପତ୍ର ତୋଳାଳିଙ୍କୁ ଆତ୍ମ ନିର୍ଭରଶୀଳ ଓ ସେମାନଙ୍କ ଜୀବନ ଜୀବିକା କୁ ସମ୍ମାନ ଜଣାଇବା ପାଇଁ ସହଯୋଗର ହାତ ବଢ଼ାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଂଚାୟତ ଅନ୍ତର୍ଗତ ପିପଲଝାପର ଗ୍ରାମସଭା ପକ୍ଷରୁ ସମ୍ବର୍ଦ୍ଧନା ଓ ଶ୍ରମଜୀବୀ ମହିଳା ଙ୍କୁ ଶାଢ଼ି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ଗୋତମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି,ଉପ ସଭାପତି କେଶରୀ ପୁଝାରି, ବେହେରା ଫରେଷ୍ଟର କ୍ଷୀରୋଦ କୁମାର ସେଠୀ,ଫରେଷ୍ଟ ଗାର୍ଡ ଲଳିତ କୁମାର ନାଏକ ଜୁନାଗଡ଼ ବ୍ଲକ ସଭାପତି ଯତିରାମ ନାଏକ, ଜୁନାଗଡ଼ ବ୍ଲକ ସମ୍ପାଦକ ଧର୍ମୁ ତାଣ୍ଡି,ସଭା ନିକେତନ ସଭାନେତ୍ରୀ କାଞ୍ଚନ ବାଗ, ଡାଲିମ୍ବ ମୁଲକିଆ କୋଷାଧ୍ୟକ୍ଷ କୋକସରା ବ୍ଲକ, ଆମପାଣି ଗ୍ରାମସଭା ସଦସ୍ୟ ନୃପରାଜ ନାଏକ, ସେବା ନିକେତନ କୋକସରା ଗୋବିନ୍ଦ ପୋଢ଼,ପିପଲ ଝାପର ସଭାପତି ସୁଭାଷ ଚନ୍ଦ୍ର ଖର୍ସେଲ,ରୁକଧର କାଣ୍ଡ,ବାଲ୍ମୀକି ନାଏକ, ଚୁମକ ଲତା ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। କେନ୍ଦୁପତ୍ର ସଂଗ୍ରହ ଗ୍ରାମାଞ୍ଚଳର ଅନେକ ପରିବାରର ଜୀବିକାର ଏକ ପ୍ରମୁଖ ଆଧାର। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରୁଥିବା ତୋଳାଳିମାନେ ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ସେମାନଙ୍କର ଏହି ପରିଶ୍ରମ ଓ ଅବଦାନକୁ ସମ୍ମାନ ଜଣାଇବା ସହ ମହିଳା କେନ୍ଦୁପତ୍ର ତୋଳାଳିଙ୍କ ମୁହଁରେ ହସ ଫୁଟାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।
ପିପଲଝାପର ଗ୍ରାମସଭାର ଏହି ପଦକ୍ଷେପ ସାମାଜିକ ସହଯୋଗ, ମାନବିକତା ଓ ଶ୍ରମଜୀବୀଙ୍କ ପ୍ରତି ସମ୍ମାନର ଏକ ଉଦାହରଣ ସୃଷ୍ଟି କରିଛି। ଗ୍ରାମାଞ୍ଚଳର ଶ୍ରମଜୀବୀ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ସହ ସେମାନଙ୍କୁ ସାମାଜିକ ସ୍ତରରେ ଉତ୍ସାହିତ କରିବା ଦିଗରେ ଏଭଳି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।
ସମାଜର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ସୁଖଦୁଃଖରେ ସହଭାଗୀ ହେବାର ଏହି ଉଦ୍ୟମ ଗ୍ରାମାଞ୍ଚଳରେ ସହଯୋଗ ଓ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ଅତିଥି ମତ ପ୍ରକାଶ କରିଥିଲେ।ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ଶ୍ରମଜୀବୀ ମହିଳାମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କ ମନରେ ଉତ୍ସାହ ଓ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମ ମଞ୍ଚ ପରିଚଳନା ରେ ଗ୍ରାମସଭା ସମ୍ପାଦକ ନିରଞ୍ଜନ ବାଗ ସହଯୋଗ କରିଥିଲେ ଓ ପରିଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ