Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲିଛି ତିନିଠାକୁରଙ୍କ ଅଣସର ସେବା; ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଔଷଧୀୟ ସାମଗ୍ରୀ 

ପୁରୀ: ଏବେ ଚାଲିଛି ତିନିଠାକୁରଙ୍କ ଅଣସର ସେବା । ୧୦୮ ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତପତି ସେବକ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି। ତିନିଠାକୁରଙ୍କୁ ସୁସ୍ଥ କରିବା ଲାଗି ଗତକାଲି ପଞ୍ଚମୀ ତିଥିରେ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଥିଲା ।

ଆଜି ଷଷ୍ଠୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ବିଭିନ୍ନ ଔଷଧୀୟ ସାମଗ୍ରୀ । ଆଉ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ କାଳିଆ ସାଆନ୍ତ।

ସୁଦ୍ଧସୁଆର ସେବକ ମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶ୍ରଣ କରି ଓଷ ପ୍ରସ୍ତୁତ କରନ୍ତି । ଏହାକୁ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରନ୍ତି । ଯାହାଦ୍ୱାର ମହାପ୍ରଭୁ ସୁସ୍ଥ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ