Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର ରେ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବୀରମହାରାଜପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ, ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଲୁଣ୍ଡା ତହସିଲଦାର, ଚିକିତ୍ସା ଅଧିକାରୀ ଡାକ୍ତର ଆଶୁତୋଷ ମିଶ୍ର, ଟ୍ରଷ୍ଟୀ ପୂର୍ଣ୍ଣ ଚନ୍ଦ୍ର ପାଢୀ,ମହାଦେବ ସାହୁ,ଜଗଦୀଶ କର୍ଣ୍ଣ,ନଳିନୀକାନ୍ତ ବାଘ ଙ୍କ ସହିତ ପୋଲିସ,ଜଳ ଓ ପରିମଳ, ଜଙ୍ଗଲ , ବିଦ୍ୟୁତ, ଅଗ୍ନିଶମ ବିଭାଗ, ସହକାରୀ ଯନ୍ତ୍ରୀ ଉଲୁଣ୍ଡା ଆଦି ବହୁ ବିଭାଗର ଅଧିକାରୀ ଯୋଗ ଦେଇଥିଲେ  ଘୋଷ ଯାତ୍ରା ପାଇଁ ନୀତି ନି। ର୍ଘଣ୍ଟ ବିଷୟରେ ଆଲୋଚନା ହୋଇଥିଲା । ଆସନ୍ତା 20 ତାରିଖରେ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ହେଉଥିବାରୁ ପୂର୍ବ ଦିନ ଅର୍ଥାତ୍ ଜୁନ 19 ତାରିଖରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ, ଜୁନ 25 ରେ ହେରା ପଞ୍ଚମୀ,28 ତାରିଖରେ ବାହୁଡା ଯାତ୍ରା,30 ରେ ଅଧର ପଣା ଏବଂ ଏକ ତାରିଖରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ବିଜେ ଆଦି କାର୍ଯ୍ୟକ୍ରମ ରହିଥିବା ପ୍ରକାଶ ପାଇଥିଲା । ରଥ ଯାତ୍ରା ପାଇଁ ରଥ ପ୍ରସ୍ତୁତି ସହ ବ୍ୟାପକ ପୋଲିସ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା, ଶୌଚାଳୟ ବ୍ୟବସ୍ଥା, ଅଗ୍ନିଶମ ସେବା, ଟ୍ରାଫିକ ନିୟନ୍ତ୍ରଣ, ଯାନବାହନ ପାର୍କିଂ, ପରିମଳ ବ୍ୟବସ୍ଥା,ସାଂସ୍କୁତିକ କାର୍ଯ୍ୟକ୍ରମ ଆଦି ସହିତ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କ ସହଯୋଗ ଏବଂ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତି, ସଙ୍ଗଠନ ଙ୍କୁ ଅନୁରୋଧ କରାଯିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ