Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଞ୍ଚଳବାସୀ ଙ୍କ ଦୀର୍ଘବର୍ଷ ର ରାସ୍ତା ସମସ୍ୟା ପୂରଣ ହେଲା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ।

କଳାହାଣ୍ଡି,୨୬/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ଠାରୁ ଫୁଫଗାଁ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ପାଇଁ ଦୀର୍ଘ ବର୍ଷ ହେବ ୩ ପଞ୍ଚାୟତ ର ଅଞ୍ଚଳବାସୀ ଦାବି କରି ଆସୁଥିଲେ।ପୂର୍ବ ସରକାର ରେ ରାସ୍ତା ପ୍ରତିଶ୍ରୁତି ମଧ୍ୟରେ ରହିଗଲା,କିନ୍ତୁ ଏହାରି ଭିତରେ ରାଜ୍ୟରେ ସରକାର ପଟ୍ଟ ପରିବର୍ତ୍ତନ ହେବାପରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନିକଟରେ ଦାବି ଆଜି ଫଳବତୀ ହୋଇଛି।
ସୋମବାର ରାସ୍ତା ଭିତ୍ତି ପ୍ରସ୍ତର ଉଦଘାଟନ ଅବସରରେ ଚିଲିଗୁଡା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ସର୍ଵ ମଙ୍ଗଳା ନିକଟରେ ପୂଜାର୍ଚ୍ଚନା ପରେ ମାନ୍ୟବର ବିଧାୟକ ଶ୍ରୀ ପଟ୍ଟଯୋଶୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ଗମନାଗମନ ର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ କୋକସରା ବ୍ଲକ ର ପ୍ରାୟ ୧୦ ଗୋଟି ପ୍ରକଳ୍ପ କୁ ମଞ୍ଜୁରୀ ଦେଇଛନ୍ତି, ଆଗାମୀ ସମୟରେ ବ୍ଲକ ରେ ସମସ୍ତ ପଞ୍ଚାୟତ ରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଳି କହିଛନ୍ତି। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ବୁଦ୍ଧିଜୀବୀ ଦେବରାଜ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସୌଭାଗ୍ୟ ମହାପାତ୍ର,ସାଂସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ ଉପସ୍ଥିତ ରହି ଅଞ୍ଚଳବାସୀ ଙ୍କ ଦୀର୍ଘବର୍ଷ ର ଦାବି ପରେ ରାଜ୍ୟ ସରକାର ମଞ୍ଜୁର କରି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ କରି ଲୋକଙ୍କ ଗମନାଗମନ ସମସ୍ୟା କୁ ଦୂର କରିଛନ୍ତି ବୋଳି କହିଥିଲେ। ମଞ୍ଚ ସଂଯୋଜନା ଦଳୀୟ ବରିଷ୍ଠ ନେତା ତ୍ରିନାଥ ଶବର କରିଥିବା ବେଳେଏହି ଅବସରରେ ଅଞ୍ଚଳବାସୀ ମାନେ ରାଜ୍ୟର ସରକାର ସମେତ କଳାହାଣ୍ଡି ସାଂସଦ ଓ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ସମେତ କୋକସରା ବ୍ଲକ ର ୩ ମଣ୍ଡଳ ସଭାପତି ମଧୁବନ ପାତ୍ର, ବସନ୍ତ ନାଗ, ଧର୍ମବ୍ରତ ପଣ୍ଡା ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ରାସ୍ତା ନିର୍ମାଣ ହେଲେ କୋକସରା ବ୍ଲକ ର ଫୁଫଗାଁ,କାଶିବାହଲ, କନ୍ଦାବୁଟ୍ରା ପଞ୍ଚାୟତ ସମେତ ପଡୋଶୀ କଲମପୁର ଓ ଜୟପାଟଣା ବ୍ଲକ ର ହଜାର ହଜାର ଲୋକେ ଉପକୃତ ହେବେ ବୋଳି ମତ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ