Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀଙ୍କ ଯୋଗଦାନ।

କଳାହାଣ୍ଡି,୨୭/୧୦
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ସ୍ଥିତ ରାଜ ହୋଟେଲଠାରେ ଆୟୋଜିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଓ ଦଳୀୟ କର୍ମୀଙ୍କୁ ଅବଗତ କରାଇଥିଲେ। ଏଥିସହ ସେ କଂଗ୍ରେସ, ବିଜେଡି ଓ କକ୍ରୋଚ ଜନତା ପାର୍ଟିକୁ ସମାଲୋଚନା କରିଥିଲେ। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେପିର ସାଂଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ସକ୍ରିୟ କରିବା ପାଇଁ ମନ୍ତ୍ରୀ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାର ସାତଟି ବିଧାନସଭା ଆସନରେ ବିଜେପିର ବିଧାୟକ ରହିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଏହି ମିଶ୍ରଣ ପର୍ବରେ ଧର୍ମଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ନିଜ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଦଳୀୟ ନେତାମାନେ ସ୍ୱାଗତ କରିଥିଲେ। ସେମାନଙ୍କ ଯୋଗଦାନ ଧର୍ମଗଡ଼ ଅଞ୍ଚଳରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହ ଜନସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ନେତାମାନେ ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ଜିଲ୍ଲା ଉପସଭାନେତ୍ରୀ ସୁକାନ୍ତି ସା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଅପରେଶ ସ୍ୱାଇଁ, କଳମପୁର ବ୍ଲକ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଓ ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ, ଖଇରପଦର ମଣ୍ଡଳ ପ୍ରଭାରୀ ଶିଶୁଦେବ ମୁଣ୍ଡ, ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୌରଭ ମିତ୍ତଳ, ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଟିପିଗୁଡ଼ା ମଣ୍ଡଳ ସଭାପତି ଲଳିତ ବାଗ, ପର୍ଲା ମଣ୍ଡଳ ସଭାପତି ଅଜୟ ମେହେରଙ୍କ ସମେତ ଧର୍ମବ୍ରତ ପଣ୍ଡା, ବସନ୍ତ ନାଗ, ମଧୁବନ ପାତ୍ର, ଅର୍ଜୁନ ଛତ୍ରିଆ, ସରିତା ସରାପ ଓ ହିତେଶ ରଞ୍ଜନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ