Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାହେଶ୍ଵରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହେଶ୍ଵରୀ ସେନା ସକ୍ରିୟ ସଦସ୍ୟ ଅଜିତ କର୍ମୀ ନିଆରା ଢଙ୍ଗରେ ତାଙ୍କ ଜନ୍ମ ଦିବସ ପାଳନ କରିଛନ୍ତି l ଜନ୍ମଦିନ ରେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l ରକ୍ତଦାନ ମହତ ଦାନ, ଦୈନଦିନ ରକ୍ତ ର ଆବଶ୍ୟକ କୁ ପୂରଣ ପାଇଁ ସେ ଆୟୋଜନକୁ ଅନ୍ୟ ମାନେ ଏଭଳି କାର୍ଯ୍ଯକୁ ପ୍ରଶଂସା କରିଛନ୍ତି l ବୀରମହାରାପୁର (କେନ୍ଦୁପାଲି) ସ୍ଥିତ ଜୁବୁଳି କଲ୍ୟାଣ ମଣ୍ଡପ ଠାରେ ସମୁଦାୟ ୩୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଶୁଭମ୍ ଚାନ୍ଦ , ସୁଧାଂଶୁ କର୍ଣ୍ଣ, ପ୍ରକାଶ ମିର୍ଦ୍ଧା, ସୁବ୍ରତ ବେହେରା, ସୁଦାମ ଶଙ୍ଖୁଆ, ଶ୍ରୀତମ ମହାକୁର, ପ୍ରବୀଣ କୁମାର ଭୋଇ, ଅଜିତ କର୍ମୀ, ଆକାଶ ମେହେର, ବଳରାମ ପଧାନ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କାହୁଁ ଚରଣ ମହାକୁର, କିଶୋର କୁମାର ହୋତା, ଦୁର୍ଯୋଧନ ମେହେର, ଭଗବାନ ବା ଙ୍କ ସମେତ ମାହେଶ୍ୱରୀ ସେନାର ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ